ଦେଶ ବିଦେଶ

ଆପଣ ନିଶ୍ଚିନ୍ତ ଭାବରେ ଜାଣିବା ଆବଶ୍ୟକ ମାତା ଲକ୍ଷ୍ମୀଙ୍କ ସହିତ ଯୋଡି ହୋଇଥିବା ଏହି ଖାସ୍ କଥା ଗୁଡିକ

ଧନର ଦେବୀ ଲକ୍ଷ୍ମୀଙ୍କୁ ସମସ୍ତେ ପ୍ରାୟ ଆରାଧନା କରି ଥାନ୍ତି ଓ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପୂଜା ପାଠ ମଧ୍ୟ କରି ଥାନ୍ତି l କିନ୍ତୁ ମାତା ଲକ୍ଷ୍ମୀଙ୍କ ସହିତ ଯୋଡି ହୋଇଥିବା ଏପରି କିଛି ଖାସ କଥା ରହିଛି ଯାହା ଦ୍ୱାରା ଆପଣ ତାଙ୍କର କୃପା ଲାଭ କରି ପାରିବେ

ଆସନ୍ତୁ ଜାଣିବା ସେଗୁଡିକ କଣ-

* କୁହାଯାଇଥାଏ ଯେ ଦେବୀ ଲକ୍ଷ୍ମୀଙ୍କ ବହନ ହେଉଛି ପେଚା l ତା ସହିତ ହାତୀକୁ ମଧ୍ୟ ଲକ୍ଷ୍ମୀଙ୍କ ପୂଜାରେ ବିଶେଷ ମହତ୍ୱ ଦିଆଯାଇଥାଏ l କାହିଁକି ନା ହାତୀର ଦୁଇଟି କାନ କୁଲା ସଦୃଶ ଅଟେ l କୁଲାରେ ଆମେମାନେ ବିଭିନ୍ନ ପ୍ରକାରର ଶସ୍ୟ ଜାତୀୟ ଜିନିଷ ରଖିଥାଉ ଓ ପାଛୋଟି ଥାଉ l କୁଲାକୁ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ l ତେଣୁ ଲକ୍ଷ୍ମୀଙ୍କର ସମ୍ପର୍କ ଉଭୟ ହାତୀ ଓ ପେଚା ସହିତ ରହିଛି l ଏହି ଦୁଇଟି ଜିନିଷକୁ କେବେବି ଅନାଦର କରିବା ଆବଶ୍ୟକ ନୁହେଁ l

* ଲକ୍ଷ୍ମୀଙ୍କ ପୂଜା ନିକଟରେ ବିଭିନ୍ନ ପ୍ରକାରର ମିଠା ପ୍ରସାଦ ଭାବରେ ଲଗାଯାଇଥାଏ l କିନ୍ତୁ ସବୁଠାରୁ ମୁଖ୍ୟ ପ୍ରସାଦ ଭାବରେ ଲକ୍ଷ୍ମୀଙ୍କୁ ଛେନା ,କ୍ଷୀର ଓ ଗୁଡ଼ ଲଗାଯାଏ l କାରଣ ଲକ୍ଷ୍ମୀଙ୍କ ପୂଜାରେ ଦୁଗ୍ଧର ଅନେକ ମହତ୍ୱ ରହିଛି l ତା ସହିତ ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଓ ଦୁବ ଘାସ ଅରୁଆ ଚାଉଳ ପ୍ରତେକ ଦିନ ଅର୍ପଣ କରିବା ଦ୍ୱାରା ଘରର ଆର୍ଥିକ ସ୍ତିତି ସୁଦୃଢ ହୋଇଥାଏ l

* ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଧନର ଦେବୀ ଲକ୍ଷ୍ମୀ ହାତରେ ସ୍ଵର୍ଣ୍ଣରେ ଭାରି ରହିଥିବା କଳସ ନେଇ ପ୍ରକଟ ହୋଇଥିଲେ l ଏହି କଳସ ଦ୍ୱାରା ସେ ଧନ ବର୍ଷା କରିଥାନ୍ତି l ତେଣୁ ପୁରାଣ ଯୁଗରୁ ମାତା ଲକ୍ଷ୍ମୀଙ୍କର ୮ ଟି ରୁପକୁ ହିନ୍ଦୁ ଧର୍ମରେ ମାନ୍ୟତା ଦିଆଯାଇଥାଏ l ଯେପରିକି ଆଦିଲକ୍ଷ୍ମୀ ,ଧନଲକ୍ଷ୍ମୀ ,ଗଜ ଲକ୍ଷ୍ମୀ ,ସନ୍ତାନ ଲକ୍ଷ୍ମୀ ,ବୀର ଲକ୍ଷ୍ମୀ ,ବିଜୟ ଲକ୍ଷ୍ମୀ ,ବିଦ୍ୟା ଲକ୍ଷ୍ମୀ ଓ ଧାନ୍ୟ ଲକ୍ଷ୍ମୀ l

* ମାନ୍ୟତା ରହିଛି ଯେ ଯେଉଁଠାରେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଇଥାଏ ସେଠାରେ ଦେବୀ ଲକ୍ଷ୍ମୀ ବିର୍ଜ ମାନ ହୋଇ ଥାନ୍ତି l ଲକ୍ଷ୍ମୀଙ୍କର ଦୁଇଟି ରୂପ ଦେଖା ଯାଇଥାଏ l ଗୋଟିଏ ହେଲା ଶ୍ରୀ ରୂପ ଯେଉଁଠାରେ ସେ ପଦ୍ମ ଫୁଲ ଉପରେ ବିରଜା ମନ କରନ୍ତି ଓ ଅନ୍ୟଟି ହେଲା ଲକ୍ଷ୍ମୀ ରୂପ ଯେଉଁଥିରେ ସେ ଭଗବାନ ବିଷ୍ଣୁଙ୍କ ସହିତ ରହି ଥାନ୍ତି l

Show More

Related Articles

Back to top button