ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କୋଳଥ ଡାଲିର ଉପକାରିତା ବିଷୟରେ

କୋଳଥ ଓଡ଼ିଆ ଘରର ଏକ ଜଣାଶୁଣା ଶସ୍ୟ ଅଟେ l ଏହାକୁ ପ୍ରାୟ ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଦଳି ଭାବରେ ବ୍ୟବହାର କରି ଥାନ୍ତି l ଅନ୍ୟ ଦଳି ମାନଙ୍କ ତୁଳନାରେ କଲଠାରେ ଅଧିକ ପୋଷାକ ତତ୍ୱ ରହିଛି l ଯାହା ଆମକୁ ଅଧିକାଂଶ ପ୍ରକାରର ରୋଗରୁ ଦୁରେଇ ରଖିଥାଏ

ଚିକିତ୍ସା ଜଗତରେ କୋଳଥ ଡାଲିକୁ ଗୋଟିଏ ବିଶେଷ ସ୍ଥାନ ଦିଆଯାଇଛି ,କାରଣ ଏହା ଉପରେ ହୋଇଥିବା ଗବେଷଣା ସାହାଯ୍ୟରେ ଜଣାପଡିଛି ଯେ ଗମ୍ଭୀର ରୋଗକୁ ମଧ୍ୟ କୋଳଥ ଡାଲି ଠିକ କରିଦେଇଥାଏ l ଆସନ୍ତୁ ଜାଣିବା ସେ ବିଷୟରେ l

* କୋଳଥ ଡାଲି ମୁଖ୍ୟତ ଓଜନ କମାଇବାରେ ଅତ୍ୟନ୍ତ ସାହାଯ୍ୟ କରିଥାଏ l ଏଥିରେ ଥିବା ଫିନୋଲ ଚର୍ବିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l କୋଳଥ ଡାଲି ଦ୍ୱାରା ଉଚ ରକ୍ତଚାପ ନିୟନ୍ତ୍ରଣ ହେବ ସହିତ ଶରୀରରୁ ଖରାପ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l କୋଳଥ ଡାଲି ଦ୍ୱାରା ଆମର ହୃତ୍ପିଣ୍ଡ ସୁସ୍ଥ ରୁହେ l ଗୋଟିଏ ଅଧୟନରୁ ଜଣା ପଡିଛି ହୃଦରୋଗୀ ବିଶେଷଜ୍ଞ ମାନେ ହୃଦରୋଗୀ ମାନଙ୍କୁ କୋଳଥ ଡାଲି ଖାଇବାକୁ ପରାମର୍ଶ ଦେଉଛନ୍ତି l

* ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାମ ଯୁବତୀଙ୍କର ଅନୟମିତତା ମାସିକ ଧର୍ମ ସମସ୍ୟା ଦେଖା ଦେଉଛି l ଏହି ସମସ୍ୟା ଗବେଷକ ମାନଙ୍କ ମତରେ ଠିକ ନୁହେଁ l ଏହି ସମସ୍ୟା ଦେଖା ଦେଉଥିଲେ କୋଳଥ ଡାଲିର ସେବନ କରିବା ଶରୀର ପାଇଁ ଅତ୍ୟନ୍ତ ହିତକର ଅଟେ ଓ ଏଥିରେ ପ୍ରୋଟିନ ଏବଂ ଆଇରନ ଅଧିକ ପରିମାଣରେ ରହିଥିବା କାରଣରୁ ଋତୁ ସ୍ରାବର ଅନିୟମିତତାକୁ ଦୂର କରିବା ସହିତ ରକ୍ତ ହୀନତାକୁ ମଧ୍ୟ ଦୂର କରିଥାଏ l

* ମଧୁମେହ ଏକ ଜୀବନ ଶୈଳୀ ଜନିତ ରୋଗ ହୋଇ ଗଲାଣି l ଏହା ଏକ ଏପରି ରୋଗ ଯାହା ଆପଣଙ୍କର ସାରା ଜୀବନ ପିଛା ଛାଡି ନଥାଏ l ଗବେଷକ ମାନଙ୍କ ମତ ଅନୁସାରେ ମଧୁମେହ ରୋଗୀ ମାନଙ୍କ ପାଇଁ କୋଳଥ ଡାଲି ଅତ୍ୟନ୍ତ ହିତକର ,ତେଣୁ ସେମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ l

* ଯେଉଁ ଲୋକ ମାନଙ୍କର କିଡ୍ନୀ ଷ୍ଟୋନ ସମସ୍ୟା ରହିଛି ସେମାନଙ୍କ ପାଇଁ କୋଳଥ ଦଳି ସେବନ କରିବା ରାମବାଣ ସଦୃଶ l ଗବେଷଣା ଅନୁସାରେ ଯଦି କିଡ୍ନୀରେ ଷ୍ଟୋନ ହୋଇଥାଏ ତେବେ କୋଳଥ ଦଳି ସାହାଯ୍ୟରେ ବାହାରି ଯାଇଥାଏ l

Show More

Related Articles

Back to top button