ଦେଶ ବିଦେଶସ୍ୱାସ୍ଥ୍ୟ

ପରୀକ୍ଷା ସମୟରେ ପିଲା ମାନଙ୍କୁ ଅଧିକ ଏକାଗ୍ରତା ଆବଶ୍ୟକ ଓ ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ପଡିଥାଏ

ଏହି ୫ଟି ଖାଦ୍ୟରୁ ମିଳିଥାଏ ପୋଷାକ ତତ୍ୱ

ବର୍ତ୍ତମାନ ସାରା ଭାରତ କରୋନା କଟକଣା ନିୟମ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଛି l ଅଳ୍ପ କିଛି ଦିନ ପରେ ପ୍ରାୟ ସମସ୍ତଙ୍କର ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯିବ l ସାଧାରଣତଃ ଦେଖା ଯାଇଥାଏ ଯେ ପରୀକ୍ଷା ଆସିଲା ମାତ୍ରକେ ପିଲା ମାନଙ୍କର ପାଠ ପଢାକୁ ନେଇ ମାନସିକ ଚାପ ବଢ଼ିଯାଇଥାଏ ଓ ଅନିୟମିତତା ଦିନ ଚର୍ଯ୍ୟା ଯୋଗୁଁ ପିଲା ମାନଙ୍କୁ ଖୁବ କମ ଭୋକ ଲାଗିଥାଏ l ଏମିତିରେ ପିଲା ମାନଙ୍କୁ କିଛି ପୌଷ୍ଟିକ ଖାଦ୍ୟର ଆବଶ୍ୟକତା ପଡିଥାଏ l ସେ ବିଷୟରେ ଆସନ୍ତୁ ଜାଣିବା l

* ବିଭିନ୍ନ ପ୍ରକାରର ଡ୍ରାଏ ଫ୍ରୁଟିସ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l ଯାହା ମସ୍ତିଷ୍କକୁ ସତେଜ ରଖିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ l ଆଳମଣ୍ଡ ,କାଜୁ ,ପିସ୍ତା ଇତ୍ୟାଦିରେ ଭିଟାମିନ ଇ ଓ ଜିଙ୍କ ପ୍ରଚୁର ପରିମାଣରେ ରହିଥିବା ହେତୁ ପରୀକ୍ଷା ସମୟରେ ଏହା ଏକ ଉତ୍କୃଷ୍ଟ ଖାଦ୍ୟ ଭାବରେ ଗଣା ହୁଏ l ତାସହିତ ଏଥିରେ ପ୍ରୋଟିନ ଓ ଫାଇବର ରହିଥିବା ହେତୁ ପିଲା ମାନଙ୍କର ସ୍ମରଣ ଶକ୍ତି ବଢିବା ସହିତ ଉର୍ଜା ମଧ୍ୟ ମିଳିଥାଏ l

* ପରିକ୍ଷା ସମୟରେ ପିଲା ମାନଙ୍କୁ କମ ଭୋକ ଲାଗିଥିବା କାରଣରୁ ସେମାନଙ୍କୁ ସିଝା ଚିନାବାଦାମ ଖାଇବାକୁ ଦେବା ଆବଶ୍ୟକ l NCBI ଦ୍ୱାରା ପ୍ରକାଶିତ ଗୋଟିଏ ଗବେଷଣା ଅନୁସାରେ ଚୀନ ବାଦାମରେ ଆଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟିଇନ୍ଫ୍ଲମେଟୋରି ରହିଥିବା କାରଣରୁ ମସ୍ତିସ୍କକୁ ଠିକ ରୂପରେ କାର୍ଯ୍ୟ କରିବାର କ୍ଷମତା ମିଳିଥାଏ l

* ପିଲା ମାନଙ୍କୁ ପରୀକ୍ଷା ସମୟରେ ଅଧିକ ସତେଜତା ଆବଶ୍ୟକ ହୋଇଥିବା କାରଣରୁ ଭିଟାମିନ-ସି ନିହାତି ଆବଶ୍ୟକ l ଏଗୁଡିକ କମଳା ,ଅଙ୍ଗୁର ଓ ଅନ୍ୟ ସମସ୍ତ ଋତୁ ଅନୁଯାଇ ଫଳରେ ଭରପୁର ମାତ୍ରାରେ ରହିଥାଏ l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଭିଟାମିନ-ସି ମସ୍ତିଷ୍କର କ୍ଷମତାକୁ ବଢ଼ାଇ ଥାଏ ଓ ସମଗ୍ର ଭାବରେ ପିଲା ମାନଙ୍କର ସ୍ମରଣ ଶକ୍ତିକୁ ମଧ୍ୟ ଅଧିକ ଗତିଶୀଳ କରିଥାଏ l

* ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଡାର୍କ ଚକଲେଟ ମସ୍ତିସ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l NCBI ଗୋଟିଏ ଅଧୟନ ଅନୁସାରେ ଡାର୍କ ଚକଲେଟ ମସ୍ତିଷ୍କର ଥକା ପଣକୁ ଦୂର କରିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇ ଥାଏ l

* ପରୀକ୍ଷା ସମୟରେ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟକୁ ଅନୁସରଣ କରିବା ନିହାତି ଆବଶ୍ୟକ l ତେଣୁ ପ୍ରତେକ ଦିନ ନିଜ ପିଲାଙ୍କୁ ଆଲମଣ୍ଡରେ ପ୍ରସ୍ତୁତ କିଛି ପାନୀୟ ପିଇବାକୁ ଦିଅନ୍ତୁ ଯାହା ମସ୍ତିଷ୍କକୁ ଗତିଶୀଳ କରିବା ସହିତ ଥଣ୍ଡା ମଧ୍ୟ ରଖିବ l

Show More

Related Articles

Back to top button