ବାଣିଜ୍ୟ

ଜାଣିନିଅନ୍ତୁ ଏଟିଏମ ବାବଦରେ, ନହେଲେ ପଡ଼ିବେ ଅସୁବିଧାରେ

ଏଟିଏମ ବ୍ୟବହାର ହେବ ମହଙ୍ଗା । ପ୍ରତି କାରବାର ପିଛା କଟିବ ୨୦ ଟଙ୍କା ।

ଏଟିଏମ ବାବଦରେ ଏହି ନିଷ୍ପତ୍ତି ନେବା ଲାଗି ସମସ୍ତ ବ୍ୟାଙ୍କଙ୍କୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ । ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ନିୟମ କାର୍ଯ୍ୟକାରୀ ହେବ । ଗ୍ରାହକମାନେ ସେମାନଙ୍କ ନିଜ ବ୍ୟାଙ୍କର ଏଟିଏମ ଯଦି ବ୍ୟବହାର କରୁଛନ୍ତି ତେବେ ମାସକରେ ସେମାନଙ୍କୁ ୫ଟି ମାଗଣା ଟ୍ରାଞ୍ଜେକସନ୍‌ ଉପବଲ୍ଧ ହେବ । ୫ଟି ଫ୍ରି ଟ୍ରାଞ୍ଜେକସନ୍‌ ପରେ ପ୍ରତି ଟ୍ରାଞ୍ଜେକସନ୍‌ ଲାଗି ୨୦ ଟଙ୍କା ଲେଖାଁଏ କଟିବ । ଯଦି ଗ୍ରାହକମାନେ ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି ତେବେ ତାଙ୍କ ଲାଗି ୩ଟି ମାଗଣା ଟ୍ରାଞ୍ଜେକସନ୍‌ ଉପବଲ୍ଧ ହେବ ।

ତେବେ ମେଟ୍ରୋ ସିଟି ଲାଗି ୨୦ ଟଙ୍କା ଓ ଅଣମେଟ୍ରୋ ଲାଗି ୫ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରାୟ ୭ ବର୍ଷ ପରେ ଏଟିଏମ ଜରିଆରେ ଟଙ୍କା ଉଠାଣ ନେଇ ଏହି ନିୟମ ପୁନଃଲାଗୁ ହୋଇଛି । ଏଟିଏମ ପ୍ରତିଷ୍ଠା, ରକ୍ଷଣାବେକ୍ଷଣ ଆଦି ଯୋଗୁ ଖର୍ଚ୍ଚ ବଢୁଥିବାରୁ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ସେହିପରି ଆନ୍ତଃବିନିମୟ ପରିମାଣ ୧୫ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରାଯାଇଛି । ଅଣଆର୍ଥିକ କାରବାର କ୍ଷେତ୍ରରେ ଏହି ପରିମାଣ ୫ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିୟମ ଆସନ୍ତା ଅଗଷ୍ଟ୧ରୁ ଲାଗୁ ହେବ ।

Show More

Related Articles

Back to top button