ଦେଶ ବିଦେଶରାଜନୀତି

ସିଦ୍ଧୁଙ୍କ ହାତରେ ପଞ୍ଜାବର ଭାଗ୍ୟ

କନ୍ଦଳ ଭିତରେ କଂଗ୍ରେସ ଦେଲା ନୂଆ ସଭାପତି । ପଞ୍ଜାବ ପିସିସି ସଭାପତି ନିଯୁକ୍ତ ହେଲେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ ।

ଦୀର୍ଘ ଦିନ ହେଲା ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପକାଇ ସିଦ୍ଧୁଙ୍କୁ ରାଜ୍ୟ ମୁଖିଆ ଭାବେ ଦାୟିତ୍ବ ଦେଇଛି ଏଆଇସିସି । ସିଦ୍ଧୁଙ୍କ ସମେତ ୪ ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି । ସେମାନେ ହେଲେ ସଙ୍ଗତ ସିଂହ ଗିଲଜିଆନ, ସୁଖିନ୍ଦର ସିଂହ ଡାନି, ପବନ ଗୋୟଲ ଏବଂ କୁଲଜିତ୍‌ ସିଂହ ନଗରା । ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ନବଜୋତ ସିଂହ ସିଦ୍ଧୁଙ୍କୁ ତତ୍କାଳ ପ୍ରଭାବରେ ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତ କରିଛନ୍ତି । ଏହା ସହ ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି ।

ସିଦ୍ଧୁଙ୍କୁ ପିସିସି ସଭାପତି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାକୁ ଗ୍ରହଣ କରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଯଦିଓ ସେ ଏଆଇସିସିର ନିଷ୍ପତ୍ତିକୁ ମାନିବେ ବୋଲି କହିଥିଲେ କିନ୍ତୁ ପିସିସି ସଭାପତି ଭାବେ ସେ ସିଦ୍ଧୁଙ୍କୁ ଦେଖିବାକୁ ଚାହୁଁନଥିଲେ । ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ଉଗ୍ର ରୂପ ମଧ୍ୟ ନେଇଥିଲା ।

Show More

Related Articles

Back to top button