ଓଡ଼ିଶାଦେଶ ବିଦେଶରାଜନୀତି

ଅଧିବେଶନ ବେଳେ ଟେନସନ ଦେଇପାରନ୍ତି ଚାଷୀ

ସଂସଦର ମୌସୁମୀ ଅଧିବେଶନ କାଳରେ ଦିଲ୍ଲୀ ପୋଲିସକୁ ଟେନସନ୍‌ ଦେଇପାରନ୍ତି ଚାଷୀ ।

ସିଙ୍ଗୁର ସୀମାରେ ଧାରଣାରତ ଚାଷୀଙ୍କ ସହ ଦିଲ୍ଲୀ ପୋଲିସ ଆଲୋଚନା କରିଛି । ଅଧିବେଶନ ଚାଲିଥିବା ସମୟରେ ଚାଷୀମାନେ ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି । ଏହାକୁ ନେଇ ଚାପରେ ଥିବା ପୋଲିସ ସେମାନଙ୍କ ସହ ଆଲୋଚନା କରିଛି । ସେପଟେ ଭାରତୀୟ କିଷାନ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି- ଆନ୍ଦୋଳନର ଦିଗ ନେଇ ଆଲୋଚନା କରାଯିବ ।

ଦେଶର ବିଭିନ୍ନ ୪୦ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ବା SKM ଏହି ଅଧିବେଶନ ସମୟରେ ପୁଣି ଏକ ଆନ୍ଦୋଳନ କରିବାକୁ ଯୋଜନା କରିଛି । ସଂସଦ ଅଭିମୁଖେ ଏକ ଶାନ୍ତି ପଦଯାତ୍ରା କରାଯିବ ବୋଲି ସଂଗଠନ କହିଥିଲା । ପୋଲିସ ସହ ଚାଷୀଙ୍କ ଏହା ଥିଲା ଦ୍ବିତୀୟ ବୈଠକ । ଜାନୁଆରୀ ୨୬ ଟ୍ରାକ୍ଟର ରାଲିର ହିଂସା ପରେ ଏହି ଅଧିବେଶନ କାଳରେ ବେଶ୍ ସତର୍କ ହୋଇଛି ଦିଲ୍ଲୀ ପୋଲିସ ।

Show More

Related Articles

Back to top button