ଅପରାଧଦେଶ ବିଦେଶସ୍ୱତନ୍ତ୍ର

କରାଚିରେ ବଡ଼ ଧରଣର ବୋମା ବିସ୍ଫୋରଣ

ନୂଆଦିଲ୍ଲୀ:କରାଚିରେ ବଡ଼ ଧରଣର ବୋମା ବିସ୍ଫୋରଣ । ଗତ ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚିରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇଜଣ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି ।

ପୋଲିସର ସୂଚନା ଅନୁଯାୟୀ,ଏହି ବିସ୍ଫୋରଣ କରାଚିର ସଦର ଅଞ୍ଚଳରେ ଏକ ଡଷ୍ଟବିନରେ ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ପାର୍କିଂ ହୋଇଥିବା ଗାଡିଗୁଡିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବିସ୍ପୋରଣର ଶଦ୍ଧ ମଧ୍ୟ ଅନେକ ଦୂର ପର୍ଯ୍ୟନ୍ତ ଲୋକମାନେ ଶୁଣିବାକୁ ପାଇଥିଲେ । ନିକଟସ୍ଥ କୋଠାଗୁଡିକର ଝରକାର କାଚ ମଧ୍ୟ ଭାଙ୍ଗି ଯାଇଥିଲା । ନିକଟରେ ଥିବା ଏକ ସିସିଟିଭି ଫୁଟେଜରେ ଏହି ବିସ୍ଫୋରଣ ଦେଖିବାକୁ ମିଳିଛି । ଏଥିରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବିକଳରେ ଦୌଡୁଥିଲେ । ଏହି ଭୟଙ୍କର ବୋମା ବିସ୍ପୋରଣରେ ୨ କିଲୋ ଗ୍ରାମ୍ ବିସ୍ପୋରକ ଏବଂ ଅଧକିଲୋଗ୍ରାମ ବଲ୍ ବିୟରିଂ ବ୍ୟବହାର କରାଯାଇଥିଲା । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରା ଯାଉଛି ।

ସେହିପରି ସମସ୍ତ ଆହତମାନଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରାଚି ଆଡମିନିଷ୍ଟ୍ରେଟର ମୁର୍ତଜା ୱାହବ ଆହତମାନଙ୍କୁ ଭେଟିବା ପାଇଁ ଜିନ୍ନା ହସ୍ପିଟାଲରେ ପହଞ୍ଚି ସ୍ଥିତି ପରଖିବା ସହ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ  ଡାକ୍ତରଖାନା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Show More

Related Articles

Back to top button