Breaking PLUSଅପରାଧଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଆଜି ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଜଣକ ହେଲେ ଝାରସୁଗୁଡାର ଶିଶିର କୁମାର ସାହୁ । ଦୀର୍ଘ ସମୟ ଧରି ତାଙ୍କ ଚାମ୍ବରର କବାଟ ବନ୍ଦ ରହିଥିବାରୁ ସନ୍ଦେହ ଉପୁଜିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଖଣ୍ଡଗିରି ଥାନାରେ କୌଣସି ମାମଲା ହୋଇନଥିବା ବେଳେ ମୃତ ଦେହକୁ ହସ୍ପିଟାଲରେ ରଖାଯାଇଛି । ପରିବାର ଲୋକ ଆସିବାପରେ ଶବ ବ୍ୟବଚ୍ଛେଦ କରାଯିବା ସହ ଥାନାରେ ଅଭିଯୋଗ ହେବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସେ ନିଜେ ପୋଟାସିୟମ କ୍ଲୋରାଇଡ୍ ଇଞ୍ଜେକ୍ସନ୍ ନେବା ପରେ ଅଣ୍ଟା ବିନ୍ଧୁଥିବା କହି ଜଣେ ନର୍ସଙ୍କ ସହାୟତାରେ ଆଇଭି ଲାଇନ୍ ଜରିଆରେ ଟ୍ରମାଡୋଲ୍ ଲଗାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନିଜ ଚିକିତ୍ସା ନିଜେ କରିବା ବାହାନାରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛି ।

Show More

Related Articles

Back to top button