Breaking PLUSଦୁର୍ଘଟଣାମୁଖ୍ୟ ଖବର

ରାତିରେ ଶୋଇଥିବା ବେଳେ ମା’ ସହ ଜୀବନ୍ତ ଜଳିଗଲେ ଦୁଇ ଶିଶୁ

ବାରିପଦା : ମୃତ୍ୟୁ କେତେବେଳେ ଆସେ ତାହା କେହି ଜାଣନ୍ତି ନାହିଁ । ମୃତ୍ୟୁ ଦେଖେନି ସମୟ କି ବୟସ । ରାତିରେ ମା’ କୋଳରେ ଗଭୀର ନିଦରେ ୨ ନିରୀହ ଶିଶୁ ଶୋଇଥିବା ସମୟରେ  ହଠାତ୍‌ ରାତିରେ ଘରେ ନିଆଁ ଲାଗିଯାଇ ମା’ ସହ ଦୁଇ ଶିଶୁ ଜୀବନ୍ତ ଜଳିଯାଇଛନ୍ତି । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ । ମୃତକ ୩ ଜଣ ହେଲେ ସୁରୁକୁନି ମାର୍ଣ୍ଡି (୨୪) ବର୍ଷ , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍ୱାମୀ ମଙ୍ଗଲ ମାର୍ଣ୍ଡିଙ୍କୁ ଅଟକ ରଖିଛି । ଗତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ହଠାତ୍‌ ଅଗ୍ନିକାଣ୍ଡ ଲାଗିଥିବା ମଙ୍ଗଲ ପୁଲିସ୍‌ ସମ୍ମୁଖରେ ପ୍ରକାଶ କରିଛନ୍ତି । ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ସୁରୁକୁନିଙ୍କ ସମେତ ତାଙ୍କ ପୁଅଝିଅ ଜୀବନ୍ତ ଜଳିଯାଇଛନ୍ତି । ତେବେ ରାତି ଅଧରେ ସମସ୍ତେ ଶୋଇଥିବା ବେଳେ ନିଆଁ କିପରି ଲାଗିଲା, ଏବଂଏଥିରେ ପରିବାରର ଅନ୍ୟ ସଦସ୍ୟଙ୍କର କିପରି କିଛି କ୍ଷତି ହୋଇନି ତାହା ରହସ୍ୟ ଘେରରେ ରହିଛି ।

Show More

Related Articles

Back to top button