ଓଡ଼ିଶାମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ମେ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

କଟକ: ଗତ ଶନିବାର ଦିନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଶେଷ ହୋଇଥିବାବେଳେ ଆସନ୍ତା ମେ ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷକମାନେ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା କେନ୍ଦ୍ରରେ ଯୋଗ ଦେବେ ଏବଂ ୨୧ରୁ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହେବ ।

ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହେବେ । ସେହିପରି ୯୦୦ ଜଣ ଡେପୁଟି ପରୀକ୍ଷକ, ୮,୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ସ୍କୁଟିନାଇଜରଙ୍କୁ ନିଯୁକ୍ତି କରା ଯାଇଛି ।

ବୋର୍ଡ ଉପ ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କେବଳ ସବଜେକ୍ଟିଭ୍ ଖାତା ଦେଖିବେ , କମ୍ପ୍ୟୁଟର ଦ୍ୱାରା ମୂଲ୍ୟାୟନ କରାଯିବ ଓଏମଆର ସିଟ୍ । ଦିନ ୧୦ ରୁ ୧୨ଟା ପର୍ୟ୍ୟନ୍ତ ଖାତା ମୂଲ୍ୟାୟନ କାର୍ଯ୍ୟ ଜାରି ରହିବ ।

Show More

Related Articles

Back to top button