ବଲିଉଡସେଲିବ୍ରିଟି

ଭିକିଙ୍କ ସହ ବିବାହ ଚର୍ଚ୍ଚାକୁ ଖଣ୍ଡନ କଲେ କ୍ୟାଟ୍ରିନା

ଭିକି କୌଶଲଙ୍କୁ ବିବାହ କରିବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କ୍ୟାଟ୍ରିନା । ଆସନ୍ତା ଡିସେମ୍ବରରେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଗୁଜବକୁ ଖଣ୍ଡନ କରିଛନ୍ତି କ୍ୟାଟ୍ରିନା । ଚଳିତ ବର୍ଷ ଉଭୟଙ୍କ ବିବାହ ହେବନି ବୋଲି କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି । ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଦୁହେଁ ନିଜ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ତେବେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ଗୁଜବକୁ ଅସ୍ୱୀକାର କରି ଦେଇଥିଲେ । କ୍ୟାଟ୍ରିନା ଏବଂ ଭିକି ୨୦୧୯ରୁ ଡେଟିଂ କରୁଥିବା ଶୁଣିବାକୁ ମିଳୁଛି । କିନ୍ତୁ ସେମାନେ ନିଜ ସମ୍ପର୍କ ସ୍ଥିତିକୁ ନେଇ କଡା ଆଭିମୁଖ୍ୟ ରଖିଛନ୍ତି ।

ଅଗଷ୍ଟରେ, ସୋସିଆଲ ମିଡିଆରେ କ୍ୟାଟ୍ରିନା ଭିକିଙ୍କ ସହ ତାଙ୍କ ନିର୍ବନ୍ଧ ହୋଇସାରିଥିବା ଖବରକୁ ଅସ୍ୱୀକାର କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏକ ସାକ୍ଷାତକାରରେ କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏବଂ ଭିକିଙ୍କର ବିବାହକୁ ନେଇ ପ୍ରଚାର ହେଉଥିବା ଖବରରେ କୌଣସି ସତ୍ୟତା ନାହିଁ ।

Show More

Related Articles

Back to top button