Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୪୬ ଆକ୍ରାନ୍ତ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୫୪୬ ଜଣ କରୋନା ଆକ୍ରାନ୍ତ । ଏହା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ ଅଛନ୍ତି । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ସୁସ୍ଥତା ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୬୫୪ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୮, ପୁରୀରୁ ୧୪, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୨, ସମ୍ବଲପୁରରୁ ୧୨, ଯାଜପୁରରୁ ୧୧, ମୟୂରଭଂଜରୁ ୮, ନୟାଗଡ଼ରୁ ୬, ଝାରସୁଗୁଡ଼ା ଓ କୋରାପୁଟରୁ ୫ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ, ବଲାଙ୍ଗୀରରୁ ୪-୪ ଜଣ, ଗଂଜାମ, କେନ୍ଦ୍ରାପଡ଼ାରୁ ୩-୩ ଜଣ, ଅନୁଗୁଳରୁ ୨, ଦେବଗଡ଼, ନବରଂଗପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button