Breaking PLUSମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ନଭେମ୍ବର ୧ରୁ ୟୁଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠ ପଢ଼ିବେ । ସେହିପରି ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପିଲାମାନଙ୍କର ମଧ୍ୟ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ ।

୨- ଥରିବ ଶତ୍ରୁ, ଡରିବ ପଡୋଶୀ । ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେଲା ଭାରତ । ଅଗ୍ନି-୫ର ସଫଳ ପରୀକ୍ଷଣ ।

୩- ଚାନ୍ଦିପୁର ତଥ୍ୟ ଚୋରି ମାମଲା: ରାଜସ୍ଥାନରେ ବି ହନିଟ୍ରାପ୍, ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଛି ଟଙ୍କା ।

୪- ନଭେମ୍ବର ସୁଦ୍ଧା ସବୁ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଗୁରୁତ୍ୱ ।

୫- ବାଣ କଟକଣାକୁ ହାଇକୋର୍ଟରେ ଚାଲେଞ୍ଜ : ପକ୍ଷଭୁକ୍ତ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର, ପ୍ରଦୂଷଣ ବୋର୍ଡ ।

୬- ସରକାରଙ୍କୁ ବସ୍‌ ମାଲିକ ସଂଘର ଚେତାବନୀ : ୧୫ ସୁଦ୍ଧା ଦାବି ପୂରଣ ନହେଲେ ୧୬ରୁ ବସ୍‌ ବନ୍ଦ ।

୮- ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ୱାଙ୍ଖଡେଙ୍କ ଭଉଣୀ, ମହିଳା ଆୟୋଗଙ୍କୁ ଲେଖିଲେ ଚିଠି ।

୯- ହିରୋସିମା ପରମାଣୁ ବୋମା ଆକ୍ରମଣରେ ବର୍ତ୍ତିଯାଇଥିବା ସୁନାଓ ସୁବୋଇଙ୍କ ୯୬ ବର୍ଷ ବୟସରେ ପରଲୋକ, ସାରା ଦେଶରେ ଶୋକର ଛାୟା ।

୧୦- ୨ରେ ସମ୍ବଲପୁର ଆସିବେ ମୁଖ୍ୟମନ୍ତ୍ରୀ ।

୧୧- ଶେଷରେ ଆର୍ୟନଙ୍କୁ ମିଳିଲା ଜାମିନ । ଖୁବ୍ ଶୀଘ୍ର ଜେଲ୍ ଚାରିକାନ୍ଥ ଭିତରୁ ମୁକୁଳିବେ ଆର୍ୟନ ।

୧୨- ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର ।

୧୩- ପଞ୍ଚାୟତିରାଜ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ସହ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ।

୧୪- ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିଥିବା ପ୍ରତିନିଧି ଦଳର ସାମ୍ବାଦିକ ସମ୍ମିଳନୀ; ଆଇନ ତା’ ନିଜ ବାଟରେ ଯାଉନାହିଁ: ବିଜେପି ।

୧୫- ପ୍ରମୋଦ ଭଗତଙ୍କୁ ଖେଳରତ୍ନ; ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣ ମନୋନୀତ ।

୧୬- ପଶ୍ଚିମ ଓଡ଼ିଶାରେ ଜୋର ଧରିଲା ମରୁଡି ଘୋଷଣା ଦାବି । ହକ୍ ପାଇଁ ହାତରେ ହଳ ଲଙ୍ଗଳ ଧରି ରାସ୍ତାକୁ ଓହ୍ଲାଇଲେ ଚାଷୀ ।

Show More

Related Articles

Back to top button