Breaking PLUSଓଡ଼ିଶାମୁଖ୍ୟ ଖବର

କଳାହାଣ୍ଡି ୟୁନିଭର୍ସିଟିରେ କୂଳପତି-ଅଧ୍ୟାପିକା ଝଗଡା, ଅଧ୍ୟାପିକା ଅସୁସ୍ଥ

ଭବାନିପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ଏବଂ ଜଣେ ବରିଷ୍ଠ ଅଧ୍ୟାପିକାଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ପରେ ଅଧ୍ୟାପିକା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ରବିବାର ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଏବଂ ଓଡ଼ିଆ ବିଭାଗ ଅଧ୍ୟାପିକା ଡଃ ପଲ୍ଲୀଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ କଥା କଟାକଟି ହେଇଥିଲା। ତେବେ ଝଗଡା ଏତେ ମାତ୍ରାରେ ହେଇଥିଲା ଯେ ଅଧ୍ୟାପିକା ତଳେ ପଡ଼ିଯାଇ ଥିବା କୁହାଯାଉଛି। ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। ଘଟଣା ସଂକ୍ରାନ୍ତରେ ଉଭୟ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଶ୍ଵବିଦ୍ୟାଳୟ ସିସି ଟିଭିରେ ସମସ୍ତ ଦୃଶ୍ୟ କଏଦ ଥିବା ଜଣାପଡିଛି।

Show More

Related Articles

Back to top button