Breaking PLUSଦେଶମୁଖ୍ୟ ଖବର

ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଲେ ଜେପି ନଡ୍ଡା

ନୂଆଦିଲ୍ଲୀ- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ଦିନ ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରି ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଶୁଭକାମନା ଜଣାଇଛନ୍ତି ।
ସାକ୍ଷାତ ପରେ ଜେପି ନଡ୍ଡା ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ବରିଷ୍ଠ ନେତା, ଆମର ଆଦର୍ଶ ଆଦରଣୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବା ନିଷ୍ପତ୍ତି ପରେ ତାଙ୍କ ବାସଭବନରେ ତାଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି ।
ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ଏବଂ ରାଜନୀତିକୁ ଶକ୍ତିଶାଳୀ, ବୁଦ୍ଧିମାନ ଏବଂ ଉନ୍ନତ କରିବାରେ ଆଡଭାଣୀଙ୍କ ଅବଦାନ ଅବିସ୍ମରଣୀୟ। ଦେଶପ୍ରେମ ଏବଂ ଜନସେବା ମଧ୍ୟରେ ଏକ ଦୃଢ ଭାବନା ସୃଷ୍ଟି କରିବା ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ବିଜେପି କର୍ମୀଙ୍କୁ ପ୍ରେରଣା ଯୋଗାଇଥାଏ ।

Show More

Related Articles

Back to top button