Breaking PLUSଦେଶମୁଖ୍ୟ ଖବର

ଜଳ ସଂଶୋଧନ ବିଧେୟକ 2024 ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷଙ୍କୁ ମନୋନିତ କରିବା, କେତେକ ଶିଳ୍ପ ୟୁନିଟକୁ ପ୍ରତିବନ୍ଧକରୁ ମୁକ୍ତ କରିବା ଏବଂ ଜଳ ପ୍ରଦୂଷଣ ସହ ଜଡିତ ଛୋଟ ମାମଲାକୁ ଅପରାଧ ଶ୍ରେଣୀରୁ ବାହାର କରିବା ପାଇଁ ରାଜ୍ୟସଭାରେ ମଙ୍ଗଳବାର ଦିନ ବିଲ୍ ପାରିତ ହୋଇଛି ।
ଜଳ ସଂଶୋଧନ ବିଧେୟକ 2024 ଉପରେ ଚର୍ଚ୍ଚାର ଉତ୍ତର ଦେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ବିଧେୟକର ଉଦ୍ଦେଶ୍ୟ ଲୋକଙ୍କୁ ସଠିକ୍ ପ୍ରକ୍ରିୟାରେ ମାର୍ଗଦର୍ଶନ କରିବା ଏବଂ ଅନାବଶ୍ୟକ ଆଇନଗତ ପ୍ରକ୍ରିୟାରୁ ବଂଚାଇବା ଅଣାଯାଇଛି।
ସେ କହିଛନ୍ତି ଯେ ପୁରୁଣା ଆଇନ ଦେଶର ବିକାଶରେ କିଛି ବୈଷୟିକ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏଥିରେ ଛୋଟ ଛୋଟ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।

Show More

Related Articles

Back to top button