Breaking PLUSଦେଶମୁଖ୍ୟ ଖବର

ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ- କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମଙ୍ଗଳବାର ଦିନ ସାକ୍ଷାତ କରି ତାଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଶୁଭକାମନା ଜଣାଇଛନ୍ତି ।
ସାକ୍ଷାତ ଫଟୋ ଏକ୍ସରେ ପୋଷ୍ଟ କରି ଶାହ କହିଛନ୍ତି ଯେ, ଲାଲକୃଷ୍ଣ ଆଡଭାନୀ ଦେଶର ସାଂସ୍କୃତିକ ଐତିହ୍ୟ, ରାଜନୀତି ଓ ପ୍ରଗତିରେ ଅମୂଲ୍ୟ ଯୋଗଦାନ ରହିଛି । ତାଙ୍କ ଦ୍ୱାରା କରାଯାଇଥିବା କାମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ । ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀଙ୍କୁ ଭାରତ ରତ୍ନ ଦେବା ନିଷ୍ପତ୍ତି ନେଇ ତାଙ୍କ ଅବର୍ଣ୍ଣନୀୟ ସଂଘର୍ଷ ଓ ଯୋଗଦାନକୁ ସମ୍ମାନିତ କରିବାର କାମ କରିଛନ୍ତି ।

Show More

Related Articles

Back to top button