Breaking PLUSଦେଶମୁଖ୍ୟ ଖବର

ବାଣ ଫ୍ୟାକ୍ଟ୍ରି ଅଘଟଣକୁ ନେଇ ପିଏମ ମୋଦିଙ୍କ ଦୁଃଖ ପ୍ରକାଶ, ସହାୟତା ଘୋଷଣା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମଙ୍ଗଳବାର ଏକ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପିଏମ ଜାତୀୟ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ 2-2 ଲକ୍ଷ ଓ ଆହତଙ୍କୁ 50ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସ ପୋଷ୍ଟରେ କୁହାଯାଇଛି ଯେ, ‘ମଧ୍ୟପ୍ରଦେଶର ହରଦାରେ ଏକ ବାଣ ଫ୍ୟାକ୍ଟ୍ରିରେ ଦୁର୍ଘଟଣା କାରଣରୁ ହୋଇଥିବା ଲୋକଙ୍କ ମୃତ୍ୟୁକୁ ନେଇ ବ୍ୟଥିତ । ପ୍ରିୟଜନଙ୍କୁ ହରାଇଥିବା ସମସ୍ତଙ୍କ ପ୍ରତି ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସମସ୍ତ ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସହାୟତା କରୁଛି । ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ପିଏମଏନଆରଏଫରୁ 2 ଲକ୍ଷ ଟଙ୍କା ଦିଆଯିବ, ଆହତଙ୍କୁ 50ହଜାର ଟଙ୍କା ଦିଆଯିବ’ ।

Show More

Related Articles

Back to top button