Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶ ବାଣ ଫ୍ୟାକ୍ଟ୍ରି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି,ଉପରାଷ୍ଟ୍ରପତିଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ, 6 ଫେବୃଆରୀ – ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମଙ୍ଗଳବାର ଏକ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ।
ରାଷ୍ଟ୍ରପତି ମୁର୍ମୁ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ମଧ୍ୟପ୍ରଦେଶର ହରଦାରେ ନିଆଁ ଲାଗିବା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦ ଅଟେ । ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ହରଦା ବାଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରୁଛି । ଏଭଳି ଦୁଃଖ ସମୟରେ ଶୋକ ସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

Show More

Related Articles

Back to top button