Breaking PLUSଦେଶମୁଖ୍ୟ ଖବର

ଗୋଆର ବିକାଶକୁ ଗତି ଦେବ 13ଶହ କୋଟି ଟଙ୍କାର ପରିଯୋଜନା-ପିଏମ ମୋଦି

ନୂଆଦିଲ୍ଲୀ, 6 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ 2047 କାର୍ଯ୍ୟକ୍ରମରେ 1330 କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ସହିତ ଜଡିତ ପରିଯୋଜନା ଗୋଆର ବିକାଶକୁ ଆହୁରି ଗତି ଦେବ । ମୋଦି ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ । ପିଏମ ରୋଜଗାର ମେଳା ଆଧାରରେ ବିଭିନ୍ନ ବିଭାଗରେ 1930 ଅଭ୍ୟାର୍ଥିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ହିତାଧିକାରୀଙ୍କୁ ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ନିଜ ସମ୍ବୋଧନରେ ଗୋଆର ବିକାଶ ଓ ଏହାର ନାଗରିକଙ୍କ କଲ୍ୟାଣ ପାଇଁ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା କହିଥିଲେ । 1300 କୋଟି ଟଙ୍କାର ଏହି ପରିଯୋଜନା ସମ୍ପର୍କରେ ବିସ୍ତୃତ ଭାବେ କହି ପିଏମ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ସହିତ ଜଡିତ ପରିଯୋଜନା ଗୋଆର ବିକାଶକୁ ନୂଆ ଗତି ଦେବ । ସେ କହିଛନ୍ତି ଯେ, ଜାତୀୟ ପ୍ରଦ୍ୟୋଗିକ ସଂସ୍ଥାନର ସ୍ଥାୟୀ ପରିସର ଓ ଜାତୀୟ ୱାଟର ସ୍ପୋର୍ଟସ ସଂସ୍ଥାନର ପରିସର ଓ ଏକିକୃତ ଅପଶିଷ୍ଟ ପ୍ରବନ୍ଧନ ସୁବିଧା, 1930 ନିଯୁକ୍ତି ପତ୍ର ରାଜ୍ୟର ବିକାଶକୁ ନୂଆ ଶିଖରକୁ ନେଇଯିବ ।

Show More

Related Articles

Back to top button