Breaking PLUSଦେଶମୁଖ୍ୟ ଖବର

ଜାମସେଦପୁରରେ ବିସର୍ଜନ ବେଳେ ଅଘଟଣ, 18ଜଣଙ୍କ ଉପରେ ମାଡିଗଲା ଟ୍ରକ

ଜାମସେଦପୁର- ଝାରଖଣ୍ଡର ଜାମସେଦପୁରର ବେଲିବୋଧନୱାଲା ଘାଟରେ ମଙ୍ଗଳବାର ରାତିରେ ବିସର୍ଜନ ବେଳେ ଅଘଟଣ ଘଟିଛି । ପ୍ରୋସେସନରେ ସାମିଲ ହୋଇଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡିଯାଇଥିଲା । ପ୍ରାୟ 18ଜଣଙ୍କ ଉପରେ ମାଡିଯାଇଥିଲା ଟ୍ରକ, ଏଥିରୁ 2ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 3ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଟ୍ରକଟି ଜୁଗସଲାଇ ନୂଆବଜାର ସମିତି ପକ୍ଷରୁ ମେଢ ନେଇ ବିସର୍ଜନ ପାଇଁ ଆସିଥିଲା । ତେବେ ଦୁର୍ଘଟଣାରେ ଲୋକଙ୍କ ଚିତ୍କାର ଶୁଣି ଡ୍ରାଇଭର ଫେରାର ହୋଇଯାଇଛି ।
ଗମ୍ଭୀର ଆହତଙ୍କୁ ଚିକିତ୍ସା ପାଇଁ ଟାଟା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିଛି ଲୋକ ଟ୍ରକ ତଳେ ଫସିରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କ ମଧ୍ୟରୁ 4ଜଣ କିତାଡିହ ଦୁର୍ଗା ପୂଜାରେ ଢୋଲ ବଜାଇବା ପାଇଁ ଆସିଥିଲେ ।
ଏହି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ । ଅମର ଆତ୍ମାର ସଦଗତି ପାଇଁ ସେ ପ୍ରାର୍ଥନା କରିଛନ୍ତି ।

Show More

Related Articles

Back to top button