Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ହମାସ ବିରୁଦ୍ଧରେ ସ୍ଥଳ ଭାଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଇସ୍ରାଏଲ ମୁକ୍ତ-ବାଇଡେନ୍

ୱାଶିଂଟନ-ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଗାଜାରେ ଇସ୍ରାଏଲ ସ୍ଥଳଭାଗରେ ଆକ୍ରମଣ କରିବାକୁ ମୁକ୍ତ ଅଟେ । ଇସ୍ରାଏଲ ନିଜ ନିଷ୍ପତ୍ତି ନିଜେ ନେଇପାରିବ । ୱାଶିଂଟନ ଗସ୍ତରେ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନିଜଙ୍କ ସହ ଫଟୋ ଉଠାଇବା ବେଳେ ଏକ ପ୍ରଶ୍ନର ଉତ୍ତର ଦେଇ ବାଇଡେନ ଏହା କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଇସ୍ରାଏଲ ବିପକ୍ଷରୁ ହମାସ ଆକ୍ରମଣ କରିବା ପରେ ଏବେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ଇସ୍ରାଏଲ ପକ୍ଷରୁ ହମାସ ଉପରେ ଆକାଶମାର୍ଗରେ ଆକ୍ରମଣ ଜାରି ରହିଛି ।

Show More

Related Articles

Back to top button