Breaking PLUSଦୁର୍ଘଟଣା

ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

ଆଜି ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ଏକ ମାଲବାହୀ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ପଳସା ଗ୍ରାମ ନିକଟସ୍ଥ ଟ୍ରେନଲାଇନ ପାର ହେବା ବେଳେ ଟ୍ରେନ ଧକ୍କାରେ ଏହି ମାଈ ହାତୀଟିରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା ସମୟରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ଟ୍ରେନଲାଇନ ପାର୍ଶ୍ଵରେ ଏବେ ବି ଦନ୍ତା ହାତୀର ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ବନ ବିଭାଗ ହାତୀର ଗତିବିଧିର କୌଣସି ସୂଚନା ରଖି ନ ଥିବାରୁ ଏପରି ଏକ ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ। ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ହାତୀର ମୃତ ଦେହକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ ଏକ ହାତୀପଲ ଟ୍ରେନ ଲାଇନର ଅପରପାର୍ଶ୍ଵରେ ଦଳ ବାନ୍ଧି ଥିବାବେଳେ ମାଈ ହାତୀଟି ଟ୍ରେନ ଲାଇନ ପାର ହୋଇ ଆରପଟକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଫଳରେ ହାତୀଟିର ମୃତ୍ୟୁ ଘଟିଛି।ସେହିପରି ଆଉ ଏକ ଦନ୍ତା ହାତୀ ଟ୍ରେନ ଲାଇନରେ ପଡ଼ି ଅଳ୍ପକେ ବଞ୍ଚି ଯାଇଥିବା ଜଣାପଡ଼ିଛି।

Show More

Related Articles

Back to top button