Breaking PLUSଦେଶମୁଖ୍ୟ ଖବର

ଭୂସ୍ଖଳନ ଓ ପଥର ଖସିବା କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଜମ୍ମୁ-ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନିହାଲ ରାମବନରେ ଅନେକ ସ୍ଥାନରେ ଭୂସ୍ଖଳନ ଓ ପଥର ଖସିବା ପରେ ଅଧିକାରୀମାନେ ରବିବାର ରାଜପଥକୁ ବନ୍ଦ କରିଦେଇଛନ୍ତି ।
ଅଧିକାରୀଙ୍କ ସୂଚନା ମୁତାବକ, ରାସ୍ତାରେ ଗାଡିମୋଟର ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ରାସ୍ତାରୁ ପଥର ହଟାଇବା କାମ ଜାରି ରହିଛି । ରାସ୍ତା ସଫା ନହେବା ଯାଏ ଏହି ରାସ୍ତାରେ ଯାତାୟତ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ବନିହାଲ ରାମବନ ସେକ୍ଟରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ପଥର ଖସିବା କାରଣରୁ ମେହର, କାଫେଟେରିଆ ମୋଡ ଓ ଗଂଗୁର ଅଂଚଳରେ ରାଜପଥ ବନ୍ଦ ରହିଛି ।

Show More

Related Articles

Back to top button