Breaking PLUSଦେଶମୁଖ୍ୟ ଖବର

ଦ୍ୱାରକାରେ ଘରେ ସଟସର୍କିଟ ଯୋଗୁ ନିଆଁ ଲାଗି ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ

ଦ୍ୱାରକା, 31 ମାର୍ଚ୍ଚ -ଦ୍ୱାରକାର ଆଦିତ୍ୟ ରୋଡରେ ଥିବା ଏକ ଘରେ ନିଆଁ ଲାଗିବା କାରଣରୁ ଗୋଟିଏ ପରିବାରର 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମାଆ, ପୁଅ, ବୋହୂ ଓ ନାତୁଣୀଙ୍କର ମୃତ୍ୟୁ ହୋଇଛି । ରବିବାର ଭୋର 4ଟାରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଅନୁସାରେ ଆଦିତ୍ୟନଗରର ଘରେ ରବିବାର ଭୋରରେ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଦମକଳ ଗାଡି ଘଟଣାସ୍ଥଳରେ ପହଂଚିଥିଲା । ନିଆଁ ଆୟତ୍ତ ହେବା ପରେ 4ଜଣଙ୍କ ମୃତଦେହ ବାହାର କରାଯାଇଛି ।

Show More

Related Articles

Back to top button