Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଏଣିକି ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଥାବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ନିଷ୍ପତ୍ତି ନେଇଛନ୍ତି । ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କ ପିନ୍ଧୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଡିଜିସିଏ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଯାତ୍ରୀମାନଙ୍କୁ ମଧ୍ୟ ସାନିଟାଇଜ୍‌ କରାଯିବା ସହ ବିମାନବନ୍ଦରରେ ସେମାନଙ୍କୁ ଯାଞ୍ଚ କରାଯିବ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଦେଶର ଅନେକ ରାଜ୍ୟରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି । ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତ କିଛି ଦିନ ହେବ ଦିଲ୍ଲୀରେ ଦୈନିକ ୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି ।

Show More

Related Articles

Back to top button