ଦେଶ ବିଦେଶମୁଖ୍ୟ ଖବରରାଜନୀତି

ପୁଣି ଶ୍ରୀଲଙ୍କାକୁ ପ୍ରତ୍ତ୍ୟାବର୍ତ୍ତନ କରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା

ଆସନ୍ତା ୨୪ ତାରିଖରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଏନେଇ ଶ୍ରୀଲଙ୍କା ସରକାର କୌଣସି ଘୋଷଣା କରିନଥିବାବେଳେ ଶ୍ରୀଲଙ୍କାର ଏକ ସ୍ଥାନୀୟ ଗଣମାଧ୍ୟମ ନ୍ୟୁଜଫାଷ୍ଟ ପକ୍ଷରୁ ସୂଚନା ମିଳିଛି । ତେବେ ଶ୍ରଲଙ୍କାର ଜଣେ ପୂର୍ବତନ କୂଟନୀତିଜ୍ଞ ତଥା ରାଜପକ୍ଷେ ପରିବାରର ଜଣେ ସଂପର୍କୀୟ ଉଦୟଙ୍ଗ ବୀରତୁଙ୍ଗାଙ୍କ ସୂଚନାକୁ ଆଧାର କରି ନ୍ୟୁଜଫାଷ୍ଟ ଏହି ସୂଚନା ଦେଇଥିବା କୁହାଯାଉଛି ।

ଗତ କିଛିଦିନ ତଳେ ଶ୍ରୀଲଙ୍କା ସଂକଟ ଦେଇ ଗତିକରୁଥିବା ସମୟରେ ଦେଶବାସୀଙ୍କ ବିରୋଧ ଯୋଗୁଁ ଦେଶଛାଡି ପଳାୟନ କରିଥିଲେ ଗୋଟାବାୟା । ତେବେ ପୁଣି ଯଦି ସେ ଫେରନ୍ତି ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ସିଂଗାପୁରରେ ପ୍ରାୟ ଏକ ମାସ ରହିବା ପରେ ସେ ଗତ ସପ୍ତାହରେ ଥାଇଲାଣ୍ଡ ପଳାଇଥିଲେ ।

 

Show More

Related Articles

Back to top button