ଦେଶ ବିଦେଶସ୍ୱତନ୍ତ୍ର

ଲଦାଖଠାରୁ ଦୂରେଇ ରହିବା ପାଇଁ ଚୀନକୁ ଚେତାବନୀ ଦେଲା ଭାରତ

ଉଗ୍ର ହେଉଛି ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚାଇନା । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରି ପ୍ରତ୍ତ୍ୟାବର୍ତ୍ତନ କରି ଫେରିଯିବାପରେ ପରେ ଚୀନ କ୍ରୋଧିତ ଅଛି । ତାଇୱାନ ଉପରେ ରାଗ ଶୁଝାଇବା ପାଇଁ ପ୍ରସ୍ତୁତି ପର୍ବକୁ ଜୋରଦାର କରିଛି। ତାଇୱାନକୁ ଚାରିକଡ଼ରୁ ଚୀନ ସେନାମାନେ ଘେରାଉ କରି ରଖିଛନ୍ତି।

ଏସବୁ ଭିତରେ ଭାରତର ପୂର୍ବ ଲଦାଖ ସୀମା ନିକଟରେ ଚୀନ ଯୁଦ୍ଧ ବିମାନ ସଜ୍ଜିତ କରି ରଖିଥିବାରୁ ନିଜର ଲଢୁଆ ବିମାନ ଲଦାଖ ସୀମାରୁ ଦୂରରେ ରଖିବାକୁ ଭାରତ ଚୀନକୁ କହିଛି । ଏହାସହିତ ଭାରତ ପକ୍ଷରୁ ଏହି ମୁଦ୍ଦା ନେଇ ସୈନ୍ୟସ୍ତର ବୈଠକରେ ଆଲୋଚନା ମଧ୍ୟ କରାଯାଇଛି। ପୂର୍ବ ଲଦାଖ ସୀମା ନିକଟରେ ଲଢୁଆ ବିମାନ ଉଡ଼ାଇ ଚୀନ ଯେଉଁ ଉସ୍କାଇବା ଭଳି କାମ କରୁଛି ତାକୁ ଭାରତ ଦୃଢ଼ ବିରୋଧ କରିଛି। ଏବେ ସୈନ୍ୟସ୍ତର ବୈଠକରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାର ଫୋର୍ସ କମାଣ୍ଡର । ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଏହି ବୈଠକରେ ଭାରତ ଚୀନକୁ ସ୍ପଷ୍ଟ ଭାବେ କହିଛି ଯେ, ଲଢୁଆ ବିମାନ ଉଡ଼ାଇବା ବେଳେ ଚୀନ ନିଜ ସୀମାରେ ସୀମିତ ରହୁ। ଏହାସହ ଏଲ୍ଏସି ଠାରୁ ୧୦ କି.ମି. ଦୂରତା ବଜାୟ ରଖୁ।

Show More

Related Articles

Back to top button