Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଭାରତର ଅଭ୍ୟାସ ମ୍ୟାଚ ବର୍ଷା ଯୋଗୁ ବାତିଲ

ନୂଆଦିଲ୍ଲୀ- ଭାରତର ଅଭ୍ୟାସ ମ୍ୟାଚରେ ବାଧା ସାଜିଛି ବର୍ଷା । ମଙ୍ଗଳବାର ଦିନ ତିରୁବନ୍ତପୁରମ ନେଦରଲ୍ୟାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚକୁ ବର୍ଷା କାରଣରୁ ବାତିଲ କରାଯାଇଛି । ଫଳରେ ୱାର୍ମଅପରେ ଗୋଟିଏ ବି ବଲ୍ ନଖେଳି ଭାରତ ବିଶ୍ୱକପରେ ମୈଦାନକୁ ଓହ୍ଲାଇବ । ସେପ୍ଟେମ୍ବର 30ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ମଧ୍ୟ ବର୍ଷା କାରଣରୁ ବାତିଲ ହୋଇଥିଲା ।
ତିରୁବନ୍ତପୁରମରେ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା କାରଣରୁ ପ୍ରଭାବିତ ହୋଇଥିଲା । ଅନ୍ୟପଟେ ଅକ୍ଟୋବର 8ରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ । ସେହିପରି ନେଦରଲ୍ୟାଣ୍ଡ ନିଜର ଅଭିଯାନ ହାଇଦ୍ରାବାଦରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ ।

Show More

Related Articles

Back to top button