Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଏସୀୟ କ୍ରୀଡା- ଆଜି ପୁରୁଷ ହକିରେ ଭାରତ-କୋରିଆ ମୁକାବିଲା

ନୂଆଦିଲ୍ଲୀ- ଆଜି ଏସୀୟ କ୍ରୀଡାର ପ୍ରଥମ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଟିମ୍ ଓ ଚାରିଥରର ଚାମ୍ପିୟାନ କୋରିଆକୁ ଭେଟିବ । ସୋମବାର ବାଂଲାଦେଶକୁ 12-0ଗୋଲରେ ହରାଇବା ପରେ ଭାରତ ପୁଣି ଥରେ ପୁଲ ପର୍ଯ୍ୟାୟର ଅନ୍ତିମ ତାଲିକାର ଶୀର୍ଷରେ ରହିଛି ।
ପୁଲ-ଏରେ ନିଜର ସମସ୍ତ 5ଟି ମ୍ୟାଚରେ ବିଜୟ ହାସଲ କରିବା ସହ ଭାରତ 15 ପଏଣ୍ଟ ହାସଲ କରିଛି । ଏବଂ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି । ଜାକର୍ତ୍ତାରେ 2018 ଏସୀୟ କ୍ରୀଡାରେ ସେମିରେ ପହଞ୍ଚିବା ପୂର୍ବରୁ ଭାରତର ସ୍ଥିତି ଏଭଳି ରହିଥିଲା । କିନ୍ତୁ ଏହାପରେ ମାଲେସିଆ ଠାରୁ 2-2ରେ ହାରିବାକୁ ପଡିଥିଲା । କୋରିଆ ବିପକ୍ଷ ମ୍ୟାଚ ପୂର୍ବରୁ ହରମନପ୍ରୀତି ସିଂହ କହିଛନ୍ତି ଯେ, ଟିମ୍ କୌଣସି ପ୍ରତିଦ୍ୱନ୍ଦ୍ୱିଙ୍କୁ ହାଲକା ଭାବେ ନେଉନାହିଁ । କୋରିଆ ବିରୁଦ୍ଧରେ ସକରାତ୍ମକ ମାନସିକତା ନେଇ ମୈଦାନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି ।

Show More

Related Articles

Back to top button