ସ୍ୱାସ୍ଥ୍ୟ

ସାକାହାରୀ ଲୋକମାନଙ୍କ ଶରୀରରେ ପ୍ରୋଟିନର କମିକୁ ଦୂର କରିଥାଏ ଏହିସବୁ ଖାଦ୍ୟ

ପ୍ରୋଟିନ ଶରୀର ପାଇଁ ନିହାତି ଆବଶ୍ୟକ କାରଣ ଏହା ଶରୀରର କୋଷିକା ସହିତ ମାଂସପେଶୀକୁ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ତା ସହିତ ତ୍ୱଚା ,କେଶ ଓ ହାଡ଼କୁ ମଧ୍ୟ ପ୍ରୋଟିନ ମଜବୁତ କରେ l ପ୍ରତେକ ଦିନ ଗୋଟିଏ ବ୍ୟକ୍ତି ତାର ଏକ କିଲୋ ପ୍ରତି ଓଜନରେ ୮ ଗ୍ରାମ ପ୍ରୋଟିନ ଖାଇବା ଆବଶ୍ୟକ

ମାଂସ ,ମାଛ ଓ ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ ,କିନ୍ତୁ ସାକାହାରୀ ଲୋକମାନେ ଏହାକୁ ଖାଆନ୍ତି ନାହିଁ l ଆସନ୍ତୁ ଜାଣିବା କେଉଁ ଭାରତୀୟ ଭୋଜନ ଗୁଡିକରେ ପ୍ରୋଟିନ ରହିଛି ଯାହା ସାକାହାରୀ ଲୋକଙ୍କ ପାଇଁ ଆବଶ୍ୟକ l

* ଭାରତୀୟ ଭୋଜନର ମୁଖ୍ୟ ଅଂଶ ହେଲା ଡାଲି ,ଡାଲିରେ ଥିବା ପ୍ରୋଟିନ ଓ ପୋଷକତତ୍ୱ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ l ଡାଲି ଗ୍ରାମ ଠାରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ମାନେ ଖାଇବାକୁ ପସନ୍ଦ କରନ୍ତି ଗୋଟିଏ କପ ଡାଲିର ପାଖାପାଖି ୧୭.୮୬ ଗ୍ରାମ ପ୍ରୋଟିନ ରହିଛି l

* ସାଧାରଣତଃ କାବୁଲି ବୁଟକୁ ଆମେ ସମସ୍ତେ ଖାଇବାକୁ ପସନ୍ଦ କରି ଥାଉ l କାବୁଲି ଚଣା ଶରୀରର ନୂତନ ଟିସୁକୁ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ l ତା ସହିତ ଏଥିରେ ଥିବା ପୋଷାକ ତତ୍ୱ ଶୀଘ୍ର ଥକା ପଣକୁ ଦୂର କରିଥାଏ l ଏକ କପ କାବୁଲି ଚଣାରେ ୧୪.୫୩ ଗ୍ରାମ ପ୍ରୋଟିନ ରହିଛି l

* ମୁଗ ହେଉଛି ପ୍ରୋଟିନ ,ଆଇରନ ଓ ଫାଇବର ଭଳି ପୋଷକତତ୍ୱରେ ଭରପୁର l ପ୍ରାୟ ସମସ୍ତ ବ୍ୟକ୍ତି ଗଜା ମୁଗ ଖାଇବାକୁ ଅଧିକ ପରିମାଣରେ ପସନ୍ଦ କରି ଥାନ୍ତି l ଏହା ଶରୀରକୁ ଶକ୍ତି ଦେବା ସହିତ ପେଟର ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ l ଗୋଟିଏ କପ ମୁଗରେ ୧୪.୧୮ ଗ୍ରାମ ପ୍ରୋଟିନ ରହିଛି l

* ମଟର ଗୋଟିଏ ସୀତା ଦିନିଆ ପାରିବ ଭାବରେ ସମସ୍ତଙ୍କର ପ୍ରିୟ ଅଟେ ,ଏହାକୁ ପ୍ରାୟ ସମସ୍ତ ବ୍ୟକ୍ତି ଖାଇବାକୁ ପସନ୍ଦ କରି ଥାନ୍ତି l ପ୍ରୋଟିନ ସହିତ ଏଥିରେ ଅନ୍ୟସବୁ ଯେଉଁ ପୋଷକତତ୍ୱ ରହିଛି ତାହା ଶରୀରର ଥକାପଣ ଦୂର କରିବା ସହିତ ଗଣ୍ଠି ସମସ୍ୟାକୁ ମଧ୍ୟ ଦୂର କରିଥାଏ l ଗୋଟିଏ କପ ସିଝା ମଟରରେ ୮.୫୮ ଗ୍ରାମ ପ୍ରୋଟିନ ରହିଛି l

* ବିନ୍ସ ପ୍ରୋଟିନ ସହିତ ପୋଟାସିୟମ ,ଫାଇବର ଆଇରନରେ ଭରପୁର ଅଟେ ,ଏହି ସମସ୍ତ ଜିନିଷ ଶରୀର ପାଇଁ ନିହାତି ଆବଶ୍ୟକ l ସିମ୍ବ ମଧ୍ୟ ସେହି ଶ୍ରେଣୀର ପରିବାରେ ଯାଉଛି l ଏହିଭଳି ପରିବାରେ ୧୧.୫୮ ଗ୍ରାମ ପ୍ରୋଟିନ ଗୋଟିଏ କପରେ ରହିଥାଏ l

Show More

Related Articles

Back to top button