ଜୀବନଚର୍ଯ୍ୟାଦେଶ ବିଦେଶ

ସଫଳତାର ପୁଞ୍ଜି : ଭୁଲ କାମ କରୁଥିବା ବ୍ୟକ୍ତି ମନରେ ସବୁବେଳେ ରହିଥାଏ ଭୟ

ନୀତି ଶାସ୍ତ୍ରରେ କୁହା ଯାଇଛି ଯେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କଦାପି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ l ଭୁଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ଅସନ୍ତୁଷ୍ଟ ହେଲେ ସଙ୍କଟ ଉତ୍ପନ ହୋଇଥାଏ l ଭୌତିକ ଜୀବନରେ ଯଦି ଈଶ୍ୱରଙ୍କ ଆଶୀର୍ବାଦ ରୁହେ ନାହିଁ ତେବେ ଜୀବନରେ ଅନେକ କଷ୍ଟ ବଢ଼ିଯାଇଥାଏ

ଗୀତାରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ଜୀବନରେ ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଦ୍ୱାରା ଅନ୍ୟ କାହାକୁ କଷ୍ଟ ଲାଗିବ ନାହିଁ କିମ୍ବା କଷ୍ଟ ହେବ ନାହିଁ l ଏହା ଦ୍ୱାରା ଭଗବାନ ସନ୍ତୁଷ୍ଟ ହେବେ l ଈଶ୍ୱର ସବୁବେଳେ ନୈତିକ କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ସନ୍ତୁଷ୍ଟ ହୋଇ ଥାନ୍ତି ଯାହା ଦ୍ୱାରା ମାନବ ଜାତିର କଲ୍ୟାଣ ହେବ l ଶାସ୍ତ୍ରରେ ସେହି ବିଷୟରେ କିଛି ବିଶେଷ ଜ୍ଞାନ ଦିଅ ଯାଇଛି ଆସନ୍ତୁ ସେ ବିଷୟରେ ଜାଣିବା l

* ଶାସ୍ତ୍ର ଅନୁସାରେ ଅନୈତିକ କାର୍ଯ୍ୟ କରୁଥିବା ବ୍ୟକ୍ତି ଅପଯଶ ପ୍ରାପ୍ତ କରିଥାଏ l ଭୁଲ କାର୍ଯ୍ୟ କରୁଥିବା ବ୍ୟକ୍ତି ମନରେ ସବୁବେଳେ ଭୟ ରହିଥାଏ ଯାହା ଦ୍ୱାରା ତାର ସୁଖ ଓ ଶାନ୍ତି ନଷ୍ଟ ହୋଇଯାଏ l ସେଥିପାଇଁ କୌଣସି ପରିସ୍ଥିତିରେ ଭୁଲ ଓ ଅନୈତିକ କାର୍ଯ୍ୟ କରିବା ଉଚିତ ନୁହେଁ l

* ବିଦ୍ୱାନ ମାନଙ୍କ ମତରେ କେବେବି ଏପରି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ଅନ୍ୟ ମାନଙ୍କୁ ଦୁଃଖ ଦେବା l ଯେଉଁ କାର୍ଯ୍ୟ ଲୋକ ମାନଙ୍କୁ ପ୍ରସନ କରିବ,ଲୋକ ମାନଙ୍କର ଦୁଃଖ ଦୂର କରିବ ସେହିଭଳି କାର୍ଯ୍ୟ କରିବା ଉଚିତ l କାରଣ ଏହିଭଳି କାର୍ଯ୍ୟ କରିବା ଦ୍ୱାରା ସ୍ନେହ ଓ ଆଶୀର୍ବାଦ ମିଳିଥାଏ l

* ଶାସ୍ତ୍ରରେ କୁହାଯାଇଛି ଜିବେସୁ ଦୟା l ଏହାର ଅର୍ଥ ଜୀବ ଓ ପ୍ରାଣୀ ମାନଙ୍କ ଉପରେ ଦୟା ଭାବ ପ୍ରଦର୍ଶନ କରିବା ଉଚିତ l କାରଣ ସେମାନଙ୍କ ଉପରେ ଦୟଭାବ ଦେଖାଇବା ଦ୍ୱାରା ଈଶ୍ୱରଙ୍କ ଆତ୍ମା ସନ୍ତୁଷ୍ଟ ହୋଇଥାଏ ଓ ସେ ଜୀବନରେ ସୁଖ ଶାନ୍ତି ଭାରି ଦେଇଥାନ୍ତି l

* ବିଦ୍ୱାନ ମାନଙ୍କ ମତରେ ଯେଉଁ ବ୍ୟକ୍ତି ଅନ୍ୟର କଷ୍ଟକୁ ଓ ଦୁଃଖକୁ ବୁଝିପାରେ ଏବଂ ଅନ୍ୟ ମାନଙ୍କର ମନ ବୁଝି ଶାନ୍ତି ଦେବାକୁ ଚେଷ୍ଟା କରେ ତାହା ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ l ଏଭଳି ବ୍ୟକ୍ତି ମାନେ ଜୀବନରେ ସୁଖ ଶାନ୍ତିରେ ରହି ଥାନ୍ତି l

Show More

Related Articles

Back to top button