ଦେଶ ବିଦେଶସ୍ୱାସ୍ଥ୍ୟ

ଚିନ୍ତା ଓ ଉତ୍ତେଜନା କମ କରିବା ପାଇଁ ଭିଟାମିନ ଓ ଅନ୍ୟ ସପ୍ଲିମେଣ୍ଟ ସାହାଯ୍ୟ କରିଥାଏ

ପ୍ରତେକଦିନ ନିଜ ଖାଦ୍ୟରେ କରନ୍ତୁ ସାମିଲ

ଦୀର୍ଘ ଦିନରୁ ଚିନ୍ତା ଓ ଉତ୍ତେଜନା ରହିବା ଦ୍ୱାରା ନକାରାତ୍ମକ ପ୍ରତିକ୍ରିୟା ଶରୀର ଉପରେ ପଡିଥାଏ l ବାସ୍ତବିକ ଭାବରେ ହେଉ କିମ୍ବା କଥିତ ଭାବରେ ହେଉ ଏହି ପ୍ରଭାବ ପଡିଥାଏ l ଯେତେବେଳେ ଆପଣ ଅଧିକ ଭୟଭୀତ ହୋଇଥାନ୍ତି ସେତେବେଳେ ଆପଣଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ l ଉତେଜନା ଯୋଗୁଁ ଆପଣଙ୍କ ହୃଦୟର ଗତି ଦ୍ରୁତ ବେଗରେ ବଢି ଯାଇଥାଏ l ରକ୍ତଚାପ ବଢିଯିବା ସହିତ ଅଣନିଶ୍ୱାସୀ ମଧ୍ୟ ଲାଗିଥାଏ l ଗବେଷକ ମାନଙ୍କ ମତରେ ଏହି ସମସ୍ୟା କିଛିଟା ଉପାୟ ଅବଲମ୍ବନ କରାଯାଇ ଏହାକୁ ଦୂର କରାଯାଇ ପାରିବ l

* ମାନସିକ ସୁସ୍ଥତାକୁ ସ୍ଥିର ରଖିବା ପାଇଁ ସାମଗ୍ରୀ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଓ଼ମେଗା ୩ ଫ୍ୟାଟି ଏସିଡ ,ଏହା କୋଷିକା ଗୁଡିକୁ ସୁସ୍ଥ ରଖିବାରେ ମୁଖ୍ୟ ଅଂଶ ଗ୍ରହଣ କରିଥାଏ l ଗବେଷଣାରୁ ଜଣାପଡିଛି ଯେ ଏହା ମସ୍ତିଷ୍କକୁ ସୁସ୍ଥ ରଖିବା ସହିତ ଅଲଜାଇମର ସମସ୍ୟାକୁ ମଧ୍ୟ ଦୂର କରିଥାଏ l ନିଜର ଦୈନନ୍ଦିନ ଖାଦ୍ୟରେ ଓ଼ମେଗା ତିନି ଫ୍ୟାଟି ଏସିଡ ସାମିଲ କରିବା ଦ୍ୱାରା ମାନସିକ ସହିତ ଶାରୀରିକ ସ୍ତରରେ ମଧ୍ୟ ଉନ୍ନତି ହୋଇଥାଏ l ଏହା ଆପଣଙ୍କ ଶରୀରରେ ରକ୍ତ ପ୍ରବାହ ଠିକ ରେ କରିବା ସହିତ ମସ୍ତିସ୍କ ପାଇଁ ମଧ୍ୟ ହିତକର l

* ଭିଟାମିନ ବି ଯୁକ୍ତ ଖାଦ୍ୟ ଶରୀର ସହିତ ମାନସିକ ସୁସ୍ଥତା ପାଇଁ ନିହାତି ଆବଶ୍ୟକ l ଭିଟାମିନ ବି ହୋମୋସିଷ୍ଟନ ସ୍ତରକୁ ରକ୍ତରୁ କମାଇ ଉତେଜନାକୁ କମ କରିବାରେ ସାହାଯ୍ୟ କରିଥାଏ l ଏହି ସପ୍ଲିମେଣ୍ଟ ଯୁକ୍ତ ଖାଦ୍ୟକୁ ପ୍ରତିଦିନ ଖାଇବା ଦ୍ୱାରା ଉତେଜନା କମ ହୋଇଥାଏ l

* ଅଶ୍ଵଗନ୍ଧା ଗୋଟିଏ ଶକ୍ତିଶାଳୀ ଭାରତୀୟ ଜଡିବୁଟି l ଉତେଜନାକୁ କମ କରିବା ସହିତ ଶରୀରିକ ସୁସ୍ଥତା ଦୃଷ୍ଟିରୁ ମଧ୍ୟ ହିତକର l ଯେଉଁମାନେ ଅଧିକ କଠିନ ବ୍ୟାୟାମ କରିଥାନ୍ତି ସେମାନଙ୍କ ଶରୀରର ଉତେଜନାକୁ କମ କରିବା ସହିତ ମନକୁ ଶାନ୍ତ ରଖିଥାଏ l ଅଶ୍ଵଗନ୍ଧା ଖାଇବା ଦ୍ୱାରା ଉତେଜନା କରୁଥିବା ହର୍ମୋନ ସ୍ଥିର ରହିଥାଆନ୍ତି l

Show More

Related Articles

Back to top button