ଓଡ଼ିଶାଶିକ୍ଷା

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଠପଢ଼ା

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଠପଢ଼ା । ପ୍ରଥମ ୩ଦିନ ପର୍ଯ୍ୟନ୍ତ ଚାଲିବ ଇଣ୍ଡକ୍ସନ କ୍ଲାସ । ଏହି କ୍ଲାସରେ କଲେଜ କର୍ତ୍ତୃପକ୍ଷ ସ୍କୁଲ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବେ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଶିକ୍ଷାମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ,ଛାତ୍ରଛାତ୍ରୀଙ୍କୁ ଆଜିଠୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ  ପିଲାମାନଙ୍କ ପାଠ୍ୟକ୍ରମରେ ,ଟାଇମଟେବୁଲ,ପରୀକ୍ଷା ପ୍ରଣାଳୀ, ପରୀକ୍ଷା ଢ଼ାଞ୍ଚା ଆଦି ବିଷୟରେ ଅବଗତ କରାଇବେ କଲେଜ କର୍ତ୍ତୃପକ୍ଷ । କରୋନା ସମୟରେ ଛାତ୍ର ଛାତ୍ରୀ ମାନେ ଯେଉଁ ଭଳି ପଢ଼ା ଠାରୁ ଦୂରେଇ ଯାଇଥିଲେ ମୁଖ୍ୟତ ଭିନ୍ନ ଉପାୟରେ ତାଙ୍କର ଆଗ୍ର୍ରହ ପୁଣି ଥରେ ଫେରାଇ ଆଣିବାକୁ ଗଣଶିକ୍ଷା ମାଧ୍ୟମ ନିରନ୍ତର ପ୍ରୟାସ କରୁଛି । ଏହା ସହିତ ପିଲା ମାନଙ୍କୁ ସମସ୍ତ ଶିକ୍ଷା ମଧ୍ୟ ଦିଆଯାଉଛି ଯାହା ଦ୍ୱାରା ଯଦି ସେମାନେ ରାଗିଙ୍ଗ୍ ଆଦି ସହୁଛନ୍ତି ତେବେ କିଭଳି ସାହାସର ସହିତ ପ୍ରକାଶ କରିପାରିବେ ଏହା ମଧ୍ୟ ଶିକ୍ଷା ଦିଆଯାଉଛି । ଏହି ସବୁ ସୂଚନା କୁ ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ସୂଚନା ଦିଆଯାଇଛି ।

Show More

Related Articles

Back to top button