Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ନାଳରେ ଭାସିଗଲେ ଗୋଟିଏ ପରିବାରର ତିନିଜଣ ସଦସ୍ୟ

ଭଞ୍ଜନଗର : ଭଞ୍ଜନଗରର ନାରୀ ଗୋଚ୍ଛା ନିକଟସ୍ଥ ଏକ ନାଳରେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଭାସି ଯାଇଛନ୍ତି। ନାଳରେ ୪ ଫୁଟ ଉଚ୍ଚର ପାଣି ପ୍ରବାିତ ହେଉଥିବା ବେଳେ ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଟିଙ୍ଗୁ ଝୋଳା ଗ୍ରାମର ରଞ୍ଜିତ ନାୟକ ନିଜ ପତ୍ନୀ ଓ ପୁଅକୁ ନେଇ ବାଇକରେ ଏହାକୁ ପାର ହେବାକୁ ଚେଷ୍ଟା କରିଥଲେ। ବାଇକରେ ନାଳ ଅତିକ୍ରମ କରିବାକୁ ଚେଷ୍ଟା କଲାବେଳେ ପାଣିର ପ୍ରଖର ସ୍ରୋତରେ ସେମାନେ ବାଇକ ସହ ଭାସି ଯାଇଥିଲେ। ହେଲେ କୌଣସି ମତେ ରଞ୍ଜିତ କିଛି ସମୟ ଭାସିବା ପରେ ଏକ ଗଛକୁ ଆଶ୍ରା କରି ବଞ୍ଚି ଯାଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅର କୌଣସି ପତ୍ତା ମିଳିନାହିଁ। ପୁଲିସ ଓ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନଥିବା ସୂଚନାମିଳିଛି।

Show More

Related Articles

Back to top button