ଦେଶ ବିଦେଶ

ସ୍ବିଗୀରେ ଡେଲିଭରୀ ବଏ ଏମିତି ପହଞ୍ଚାଇଲେ ଖାଦ୍ୟ

ତାତିଲେ ଗ୍ରାହକ

ଖାଦ୍ୟକୁ ଘରେ ଆଣି ପହଞ୍ଚାଇବା ପାଇଁ ବିଭିନ୍ ଆପ୍‌ ରହିଛି। ସେଥିରି ଜୋମାଟେ ଏବଂ ସ୍ବିଗି ଅନ୍ୟତମ। ଏହି ଆମ ମାଧ୍ୟମରେ ଘରେ ବସି ସୁଆଦିଆ ଖାଦ୍ୟ ପହଞ୍ଚିଯାଏ ଅର୍ଡର ହେଲେ। ସ୍ବିଗି ଆପ୍‌ରେ ଖାଦ୍ୟ ଅର୍ଡର କଲେ ଡେଲିଭରି ବଏ ଆସି ଘରେ ଖାଇବା ପହଞ୍ଚାଇଦିଏ। ବେଙ୍ଗାଲୁରୁରେ ଜଣେ ସ୍ବିଗି ଡେଲିଭରି ବଏ ନିଆରା ଢଙ୍ଗରେ ଖାଦ୍ୟ ଡେଲିଭରୀ କରିଛନ୍ତି।

ଜଣେ ଗ୍ରାହକ ସ୍ବିଗି ଆପ ମାଧ୍ୟମରେ ସିସିଡିରୁ କଫି ଅର୍ଡର କରିଥିଲେ। ଅର୍ଡର ହେବା ପରେ ଡେଲିଭରୀ ଏଜେଣ୍ଟ ସିସିଡି ଯାଇ କଫି ଆଣିଥିଲେ। ହେଲେ ସେ ନିଜେ ଏହାକୁ ଡେଲିଭର କରିନଥିଲେ। କଫି ଆଣିବା ପରେ ଡେଲିଭରି ବଏ ଅନ୍ୟ ଏକ ଆପ୍ ‘ଡନଜୋ’ର ଡେଲିଭରୀ ବଏଙ୍କୁ ଡାକି ତାଙ୍କୁ କଫି ଡେଲିଭର କରିବାକୁ କହିଥିଲେ। ଏହା ସହ ଅର୍ଡର କରିଥିବା ଯୁବକଙ୍କୁ ତାଙ୍କୁ ରେଟିଂ ଦେବାକୁ କହିଥିଲେ। ୫ଷ୍ଟାର ରେଟିଂ ଦେବ ପାଇଂ କହିଥିଲେ ସ୍ବିଗି ଡେଲିଭରି ବଏ।
ଏହି ଘଟଣା ବିଷୟରେ ଟ୍ବିଟ କରି ଅର୍ଡର କରିଥିବା ଯୁବକ ଅଭିଯୋଗ କରିଛନ୍ତି। ଓମକାର ଯୋଶୀ ନାମଜ ଜଣେ ବ୍ୟକ୍ତି ଏହି ଅର୍ଡର କରିଥିଲେ। ଏଘଟଣା ବିଷୟରେ ସେ ଟ୍ବିଟ୍‌ କରି ଜଣାଇଛନ୍ତି।

Show More

Related Articles

Back to top button