ଓଡ଼ିଶାମୁଖ୍ୟ ଖବର

ପୁରୀରେ ଖୁବ୍ ଶୀଘ୍ର ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ

ପୁରୀରେ ଖୁବ୍ ଶୀଘ୍ର ହେବ ଗ୍ରୀନଫିଲଡ଼ ଏୟାରପୋର୍ଟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ଼ ସଂକଳ୍ପବଧ । ଏହି ସୂଚନା ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ଏକ ମଲ୍ଟି-ଡିସପ୍ଲିନାରୀ ଟିମ୍ ଜୁନ୍ ୨୦୨୧ରେ ପୁରୀ ପରିଦର୍ଶନ କରି ପ୍ରସ୍ତାବିତ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ସ୍ଥାନର ପ୍ରାରମ୍ଭିକ ଅନୁଧ୍ୟାନ କରିଥିଲେ ।

ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟ ଜିରାଲାଠାରେ ଏହି ଟିମ୍ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଟିମ୍‍ ତାଙ୍କର ଗସ୍ତ ରିପୋର୍ଟ ୫ ଅଗଷ୍ଟ ୨୦୨୧ରେ ଓଡ଼ିଶା ସରକାରଙ୍କ ନିକଟକୁ ପଠାଇଥିଲେ। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ।

Show More

Related Articles

Back to top button