ଓଡ଼ିଶା

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା କାର୍‌

୨ ମୃତ ୨ ଆହତ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ୫୭ ନଂ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ୪ ଜଣ ଲୋକ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍‌ । ମିଳିଥିବା ସୂଚନା ମୁତାବକ ନୁଗୁଁଆ ଛକ ନିକଟରେ ୪ ଜଣ ଲୋକ ଛିଡ଼ା ହୋଇଥିବା ବେଳେ ଏକ କାର୍ ଦ୍ରୁତଗତିରେ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା ।

ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖିିବାକୁ ମିଳିଛି ।

Show More

Related Articles

Back to top button