Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ହେଲା ବଡ଼ମହାସ୍ନାନ ନୀତି

ମହାପ୍ରଭୁଙ୍କ ନୀତି ବିଳମ୍ବ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ଏହାପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି । ନୀତିକୁ ବନ୍ଦ କରାଯାଇ ମହାସ୍ନାନ ନୀତି କରାଯାଇଛି । ଏହି ସମୟରେ ସାଧାରଣ ଦର୍ଶନ ପୁରା ବନ୍ଦ ରହିଛି। ଖବର ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । କେହି ଜଣେ ସେବାୟତ କିମ୍ବା ଭକ୍ତ ଝୁଣ୍ଟିପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି।

ଯାହାଫଳରେ ସକାଳ ଧୂପ ପରେ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ଆଉ ଏବେ ବଡ଼ମହାସ୍ନାନ ପରେ ପୁନର୍ବାର ନୀତି ଅନୁଷ୍ଠିତ ହୋଇଛି। ବିଶେଷ କରି ଏହି ମହାସ୍ନାନ ନୀତି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା ।

Show More

Related Articles

Back to top button