ସ୍ୱାସ୍ଥ୍ୟ

ଖରାଦିନେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଡ୍ରାଗନ୍‌ ଫ୍ରୁଟ୍‌

ଜାଣନ୍ତୁ ଏହାର ଚମତ୍କାର ଫାଇଦା

ଗତ କିଛି ବର୍ଷ ହେବ ଡ୍ରାଗନ୍- ଫ୍ରୁଟ୍‌ ତଥା ଫଳ ଭାରତରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଏହି କମ୍ କ୍ୟାଲୋରୀଯୁକ୍ତ ଫଳରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହି ଫଳ ଗ୍ରୀଷ୍ମ ଋତୁରେ ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହୋଇଥାଏ। ଭାରତରେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଉତ୍ପାଦନ ଗୁଡିକ ମଧ୍ୟ ବୃଦ୍ଧି ପାଉଛି। ଏହାର ପୁଷ୍ଟିକର ମୂଲ୍ୟ ଯେତେ ଅଧିକ, ତାହାର ସ୍ବାଦ ମଧ୍ୟ ତା ଠାରୁ ଅଧିକ ସ୍ୱାଦିଷ୍ଟ।ଡ୍ରାଗନ୍ ଫଳରେ ଭିଟାମିନ୍ ଏ, ସି, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ଆଇରନ୍ ପରି ମିନେରାଲ୍ସ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ବହୁତ ପରିମାଣରେ ମିଳିଥାଏ।

ଯାହା ଆପଣଙ୍କ DNA କୁ ଡ୍ୟାମେଜ୍ ହେବାରୁ ରକ୍ଷା କରେ। ଡ୍ରାଗନ୍ ଫଳରେ ଭରପୁରର ମାତ୍ରାର ଫାଇବର ରହିଛି । ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରହିଥାଏ। ଏହା ସହ ରକ୍ତରେ ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଡ୍ରାଗନ୍ ଫଳରେ ଫେନୋଲିକ୍ ଏସିଡ୍, ଫ୍ଲାଭୋନାଏଡ୍ ଏବଂ ବେଟାସାନିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଆମ ନିଜକୁ ଫ୍ରୀ ରେଡିକଲ୍ ଡ୍ୟାମେଜରୁ ରକ୍ଷା କରିଥାଏ। ଏହା ବାର୍ଦ୍ଧକ୍ୟର ଲକ୍ଷଣ ଏବଂ କର୍କଟ ଭଳି ଅନେକ ରୋଗକୁ ରୋକିଥାଏ।

Show More

Related Articles

Back to top button