ଓଡ଼ିଶାପାଣିପାଗମୁଖ୍ୟ ଖବର

ପାଟଣା ଅଞ୍ଚଳରେ ଘନ କୁହୁଡି

ଗାଡି-ମଟର ଚଳାଚଳ ବାଧାପ୍ରାପ୍ତ

କମିଛି ଶୀତ । ହେଲେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ । କୁହୁଡିର ଧଳା ଚାଦର ତଳେ ଢାଙ୍କି ହୋଇଛି ପାଟଣା ଅଞ୍ଚଳ । ସକାଳୁ କୁହୁଡି ଲାଗି ରହିଛି। ସୂର୍ଯ୍ୟ କିରଣର ଦେଖା ନାହିଁ । ଚଳଚଞ୍ଚଳ ହୋଇ ଉଠୁଥିବା ପାଟଣା ଅଞ୍ଚଳ ଯେମିତି ଘନ କୁହୁଡିର ଛାୟାରେ ଢାଙ୍କି ହୋଇଯାଇଛି ।

ଘନ କୁହୁଡି କାରଣରୁ ମୁହଁକୁ ମୁହଁ ଦୃଶ୍ୟମାନ ହେଉନଥିବାବେଳେ ଗାଡିମଟର ଚଳାଚଳରେ ବାଧାସୃଷ୍ଟି ହେଉଛି । କେନ୍ଦୁଝର ପାଟଣା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ କୋଲକତା ଏବଂ ୨୨୦ ନମ୍ବର ରାଞ୍ଚି ବିଜୟୱାଡ଼ା ଜାତୀୟ ରାଜପଥରେ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ଲାଇଟ ଜଳାଇ ଗାଡି ମୋଟର ଯିବା ଆସୁଥିବାର ଦେଖିବାକୁ ମିଳିଛି।

Show More

Related Articles

Back to top button