ଓଡ଼ିଶାପାଣିପାଗମୁଖ୍ୟ ଖବର

ନୂଆବର୍ଷରେ ଫେରିବ ଶୀତ

ବର୍ଷ ଶେଷ ଯାଏ ରାଜ୍ୟରେ ବର୍ଷା ହେବ ।

ପ୍ରବଳ ନ ହେଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣ ପର୍ଯ୍ୟନ୍ତ ବର୍ଷିବ । କେବଳ ସୁନ୍ଦରଗଡ଼ ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ସାନି ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ରେ ବି ବର୍ଷା ଆଶଙ୍କା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ଆଶଙ୍କା ରହିଛି । ୩୦ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ମଧ୍ୟମ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଉତ୍ତର ଓଡ଼ିଶାରେ ୨୮ରାତି ଓ ୨୯ରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ଦିନବେଳା ସର୍ବାଧିକ ତାପମାତ୍ରା ୬ଡିଗ୍ରୀରୁ ଅଧିକ କମିବ । ଫଳରେ ପାଗ କୋହଲା ରହିବ । ୩୦ ଓ ୩୧ରେ ବି କୋହଲା ପାଗ ଜାରି ରହିବ । ୨୯, ୩୦ ଓ ୩୧ରେ ଘନ କୁହୁଡ଼ି ହେବ । ୩୧ ତାରିଖ ପରେ ରାତି ତାପମାତ୍ରା ୨ଡିଗ୍ରୀ କମିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୨୮ ତାରିଖରେ ଆଂଶିକ ମେଘୁଆ ରହିବ । କିଛି ସ୍ଥାନରେ ବୁନ୍ଦା ବର୍ଷା ଓ ଝିପିଝିପି ବର୍ଷା ହେବ । ୨୯ରେ ରାତି ତାପମାତ୍ରା ୨ ଡିଗ୍ରୀ କମିବ । ୩ ଓ ୪ ତାରିଖରେ ଆଉ ୨ ଡିଗ୍ରୀ କମିବ । ଏହା ଫଳରେ ଥଣ୍ଡା ବଢ଼ିବ । ପରବର୍ତ୍ତୀ ୩ ଦିନ ଯାଏ ଏଭଳି ପାଗ ଲାଗି ରହିବ । ମଙ୍ଗଳବାର ଉପକୂଳ ଓଡ଼ିଶାରେ ବୁନ୍ଦା ବର୍ଷା ହେବ । ୩୦ ତାରିଖ ସକାଳୁ ଏହା ୨ ଡିଗ୍ରୀ କମିବ । ୩ ଓ ୪ ତାରିଖରେ ବି ଆହୁରି ୨ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୨୮ ଓ ୨୯ରେ ସ୍ୱଳ୍ପ ବର୍ଷା ହୋଇପାରେ । ଦୁଇ ଦିନ ଭିତରେ ଏଠାରେ ମୋଟ ୧୫ରୁ ୨୦ ମିଲିମିଟର ବର୍ଷା ହୋଇପାରେ । ୨୮ ଓ ୨୯ରେ ୨ଡିଗ୍ରୀ ତାପମାତ୍ରା କମିବ । ଜାନୁଆରୀ ୩ ଓ ୪ ତାରିଖରେ ଆହୁରି ଦେଢ଼ ଡିଗ୍ରୀ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୩୦ରେ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହୋଇପାରେ । ଏଠାରେ ୩୦ରୁ ୪୦ ମିଲିମିଟର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ଦାରିଙ୍ଗିବାଡିରେ ସୋମବାର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସବୁ ଜିଲ୍ଲାରେ ଶୀତ କମିଛି ଓ ସର୍ବନିମ୍ନ ତାପମାତ୍ରା ବଢ଼ିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Show More

Related Articles

Back to top button