ଦେଶ ବିଦେଶବାଣିଜ୍ୟ

ଗୋଟିଏ ସପ୍ତାହରେ ୧୪,୦୦୦ କୋଟିର ସେୟାର କିଣିଲେ ବିଦେଶୀ ନିବେଶକ

ବିଶେଷଜ୍ଞ କହିଲେ- ବଜାର ପାଇଁ ଭଲ ସଂକେତ

ଲଗାତାର ୯ ମାସ ଯାଏଁ ବିକ୍ରି ଜାରି ରଖିବା ପରେ ଗତ ମାସରେ ବିଦେଶୀ ନିବେଶକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ଅଗଷ୍ଟର ପ୍ରଥମ ସପ୍ତାହରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରେ ବେଶ ଉତ୍ସାହ ଦେଖାଇ ଜୋରଦାର ନିବେଶ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହରେ ଏଫପିଆଇ ୧୪,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ଜୁଲାଇ ମାସରେ ବିଦେଶୀ ନିବେଶକ ପ୍ରାୟ ୫,୦୦୦ କୋଟି ଟଙ୍କାର ନିବେଶ କରିଥିଲେ । ଏହିପରି ଅଗଷ୍ଟର ପ୍ରଥମ ସପ୍ତାହ ଏଫପିଆଇର ମୋଟ ନିବେଶ ଜୁଲାଇ ମାସର ପୂରା ନିବେଶରୁ ଅଧିକ ରହିଛି । ଡଲାର ସୂଚକାଙ୍କରେ ମନ୍ଦା ଯୋଗୁଁ ବିଦେଶୀ ନିବେଶକମାନେ ଭାରତୀୟ ଇକ୍ୱିଟୀ ଉପରେ ନିଜର ଭରଷା ଦେଖାଇଛନ୍ତି ।

ଏଫପିଆଇ ଲଗାତାର ନବମ ମାସ ଯାଏଁ ଭାରି ମାତ୍ରାରେ ଭାରତୀୟ ପୁଞ୍ଜି ବଜାରରୁ ଟଙ୍କା ବାହାର କରି ନେଇଥିଲେ । ୨୦୨୧ ଅକ୍ଟୋବରରୁ ୨୦୨୨ ଜୁନ ମଧ୍ୟରେ ଏଫପିଆଇ ଭାରତୀୟ ଇକ୍ୱିଟି ବଜାରରୁ ୨.୪୬ ଲକ୍ଷ କୋଟି ଟଙ୍କା ବାହାର କରି ନେଇଥିଲେ । ବିଦେଶୀ ନିବେଶକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଭାରତୀୟ ବଜାର ପାଇଁ ଭଲ ସଂକେତ ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି ।

Show More

Related Articles

Back to top button