ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୧୫ ଡିଗ୍ରୀ ତଳେ ୩ ସହର

୨ ଦିନ ପରେ କମିବ ଶୀତ

ରାଜ୍ୟରେ ଯଦିଓ ଶୀତ ଅଧିକ ଅନୁଭୂତ ହେଉନି କିନ୍ତୁ କିଛି ସ୍ଥାନରେ ପାରଦ ବହୁ ତଳକୁ ଖସିଆସିଲାଣି । ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀକୁ ଖସିଯାଇଛି । ସେହିଭଳି ଆଉ ୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ବଲାଙ୍ଗୀରରେ ୧୩.୫ ଡିଗ୍ରୀ, ଝାରସୁଗୁଡାରେ ୧୪.୨ ଓ ଫୁଲବାଣୀରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କୋରାପୁଟରେ ୧୫, ଟିଟିଲାଗଡରେ ୧୫, ସୁନ୍ଦରଗଡରେ ୧୬, କେନ୍ଦୁଝରରେ ୧୬.୨ ଓ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିଭଳି ଆସନ୍ତା ୧୭ ତାରିଖ ଯାଏ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୧୪ ଓ ୧୫ ତାରିଖରୁ ରାଜ୍ୟରେ ଶୀତ କମିବ । ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ ବୋଲି ବିଭାଗ ପୂର୍ବାନୁମାନ କରିଛି।

Show More

Related Articles

Back to top button