ଓଡ଼ିଶାମୁଖ୍ୟ ଖବର

କଟକ ଏବଂ ଖୋର୍ଦ୍ଧାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ

କଟକ ଏବଂ ଖୋର୍ଦ୍ଧାରେ ଆଜି BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଏହି ସବୁ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଖବର ଅନୁଯାୟୀ, ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍ କେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରିବାକୁ କଟକ ଯିବେ ମୁଖ୍ୟମନ୍ତ୍ରୀ । ୧୦ଟା ୪୫ ରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ପଡିଆରେ ପ୍ରସ୍ତୁତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ସଭାସ୍ଥଳକୁ ଯାଇ ହିତାଧିକାରୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଵଣ୍ଟନର ଶୁଭାରମ୍ଭ କରିଵେ। ଏହା ସହ ଏସି ସି ଵି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ କାମର ଆନୁଷ୍ଠାନିକ ଶୁଭାରମ୍ଭ କରିଵେ। ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ସହରରେ ପ୍ରାୟ ଦୁଇ ଶହ କୋଟି ଟଙ୍କାର ଵିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଵେ ନଵୀନ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ଵ୍ୟଵସ୍ଥାକୁ କଡାକଡି କରାଯାଇଛି। କଟକ କମିସନରେଟ୍ ପୋଲିସ ପୁରା ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଏଡିସିପି ଓ ଏସିପି ପାହ୍ୟାର ୧୦ ଅଫିସରଙ୍କୁ ନିୟୋଜିତ କରାଯିବ। ତାଙ୍କୁ ସହଯୋଗ କରିବେ ୧୦୦ ପୋଲିସ ଅଫିସର। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସକାଳ ପ୍ରାୟ ୯ଟା ପରଠାରୁ ମାତାମଠ, ଚହଟା, କ୍ୟାଣ୍ଟନ୍ ମେଣ୍ଟ ରୋଡ୍ , ଚଣ୍ଡୀମନ୍ଦିର ଛକ ଓ ବିଜୁ ପଟ୍ଟନାୟକ ଛକ ଆଖପାଖ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖିଯିବ। ୧୧ଟା ୧୭ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପୁଣି ଅସ୍ଥାୟୀ ହେଲପ୍ୟାଡ୍ କୁ ଫେରିଯିବେ। ସେଠାରେ ହେଲିକପ୍ଟର୍ ରେ ମୁଖ୍ୟମନ୍ତ୍ରୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଗୁନିଆରୁ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ୧୧.୪୦ ମିନିଟରେ ମୁଖ୍ୟମନ୍ତ୍ରୀ ବେଗୁନିଆର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଷ୍ଟାଡିୟମରେ ହେଲିପ୍ୟାଡ ନିର୍ମାଣ, ଷ୍ଟେଜ ଓ ସୁରକ୍ଷା ବ୍ୟବସ୍ଥା ଏସପିଙ୍କ ତତ୍ୱବାଧାନତାରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Show More

Related Articles

Back to top button