Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅଢେ଼ଇ ବର୍ଷ ପରେ ପୁଣି ଦୁଲୁକିବ ମେଲୋଡି ମଞ୍ଚ

ଦୀର୍ଘ ଅଢେ଼ଇ ବର୍ଷ ପରେ ପୁଣି ଦୁଲୁକିବ ମେଲୋଡି ମଂଚ । ଜମିବ ରଂଗାରଂଗ କାର୍ଯ୍ୟକ୍ରମ । ପାର୍ବଣ ଋତୁ ପାଖେଇ ଆସୁଥିବାରୁ ବେଶ ଉତ୍ସାହିତ ମେଲୋଡି ମାଲିକ ।

କରୋନା ପାଇଁ ଦୀର୍ଘ ଦିନରୁ କାମ ପୁରା ବନ୍ଦ ଥିଲା। ହେଲେ ଏବେ କଟକଣା ହଟିଥିବାରୁ ଫୁଲ ଦମରେ ଅଭ୍ୟାସ ଚଳାଇଛନ୍ତି ମେଲୋଡି ପାର୍ଟି । ଦିନରାତି ଏକ କରି ରିହର୍ସଲରେ ଲାଗି ପଡିଛନ୍ତି କଳାକାର । ଗଣେଶ ପୂଜା ପାଇଁ ବିଭିନ୍ନ ସଂଗଠନ ଓ ପୂଜା କମିଟି ବୁକିଂ କରିସାରିଛନ୍ତି। ଏହା ପରକୁ ବିଶ୍ବକର୍ମା ପୂଜା, ଦୁର୍ଗାପୂଜା, କାଳୀପୂଜା ଥିବାରୁ ଏବେଠୁ କଳାକାରମାନେ ପ୍ରାକ୍ଟିସ୍ ଚଳାଇଛନ୍ତି। କରୋନା ମହାମାରୀ ପାଇଁ ହାତ ବାନ୍ଧି ବସିଥିଲେ ବିଭିନ୍ନ କଳାକାର। କଟକଣା ହଟିବା ପରେ ପୁଣି ମେଲୋଡି ମଂଚ ଫର୍ମକୁ ଆସିବ ଏବଂ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ମେଲୋଡି ମାଲିକ। ହର୍ ହର୍ ସମ୍ଭୁ, ଗୁଆଘିଅ..ସମ୍ବଲପୁରୀ ଭଳି ଅନେକ ଗୀତ ଏଥର ହିଟ୍ ଲିଷ୍ଟରେ ରହିଛି। ଏହାସହ ସୋସିଆଲ ମିଡିଆରେ ଅଧିକ ଆଦୃତ ହୋଇଥିବା ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗୀତ ସାଂଗକୁ ଦମଦାର ଡ୍ୟାନ୍ସ ପରଫର୍ମାନ୍ସ ମଧ୍ୟ ଦେଖିବାକୁ ମିଳିବ। ଲୋକଙ୍କ ଚାହିଦାକୁ ନଜରରେ ରଖି ସେଲିବ୍ରିଟି କଣ୍ଠଶିଳ୍ପୀଙ୍କୁ ଆଣିବାକୁ ମଧ୍ୟ କିଛି ପାର୍ଟି ବ୍ୟବସ୍ଥା କରୁଛନ୍ତି। ଏହାସହ ଏଥର ବିଭିନ୍ନ ରିଦିମ୍ ଏବଂ ସାଉଣ୍ଡ ମଧ୍ୟ ନୂଆକରି ଅଣାଯାଇଛି। ପୂଜା ପାର୍ବଣରେ ଲୋକେ ପୂଜା ବୁଲିବା ସହ ମେଲୋଡିର ମଜା ନେଇଥାନ୍ତି। ତେଣୁ ଏଥର ମେଲୋଡିରେ ଭିଡ ଜମିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button