Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ବଜ୍ରପାତରେ ୩ ମୃତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବହଳଦା ଥାନାର ନିମାଡ଼ିହାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଂ ଥାନା ବାରୁଡ଼ିହି ଗ୍ରାମରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନାମିଳିଛି । ମୃତ ମହିଳା ଦୁଇ ଦୁଇଜଣ ହେଲେ ମାଆ ଝିଅ, ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହୋଇଛି। ମିଳିଥିବା ସୂଚନାଅନୁସାରେ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ବର୍ଷ ଓ ଝିଅ ପାନ ମୁଣ୍ଡା(୫) ବର୍ଷ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ।  ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ତିରିଂ ଥାନା ବାରୁଡ଼ିହି ଗ୍ରାମର କାଣ୍ଡେ ପୂର୍ତ୍ତିଙ୍କ ପୁଅ ଶ୍ୟାମ ଚରମ ପୂର୍ତ୍ତି ବଜ୍ରପାତରେ ପ୍ରାଣ ହରାଇଛନ୍ତି।

Show More

Related Articles

Back to top button