Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟରେ ସରିଲା ପଞ୍ଚାୟତ ନିର୍ବାଚନ ମତଦାନ

ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତ ଭୋଟିଂ

ଆଜି ସାରା ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦ ଶତକଡ଼ା ମତଦାନ ହୋଇଥିବା ଜଣା ପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇନି । ରାଜ୍ୟର ଅଳ୍ପ କିଛି ସ୍ଥାନରେ ନିର୍ବାଚନ ବେଳେ ବିଶୃଙ୍ଖଳା ହୋଇଥିବା ସୂଚନା ମିଳିଛି ସରିଲା ଭୋଟ ଗ୍ରହଣ। ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ । ୨୬ରୁ ଆରମ୍ଭ ହେବ ଗଣତି। ଏଥର ପଞ୍ଚାତ ଭୋଟର ପାଞ୍ଚୋଟି ଯାକ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ହାରାହାରି ୭୭ ପ୍ରତିଶତ ଭୋଟିଙ୍ଗ ହୋଇଛି। ଆଜି ପଞ୍ଚମ ପର୍ଯ୍ୟାୟରେ ବି ପୂର୍ବ ୪ ପର୍ଯ୍ୟାୟ ଭଳିସେ ଉତ୍ସାହ ପରିଲିଖିତ ହୋଇଛି। କେତେକ ସ୍ଥାନରେ ଭୋଟବେଳେ ହିଂସା ଦେଖାଦେଇଥିବାରୁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି , ଆଜି ପଞ୍ଚମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନର ୯୭୫ ଗ୍ରାମପଞ୍ଚାୟତର ୧୩ହଜାର ୫୧୪ ବୁଥରେ ଭୋଟ ଗ୍ରହଣ ହୋଇଛି। ପ୍ରାୟ ଶାନ୍ତି ଶୃଙ୍ଖଳା ସହ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରାଥମିକ ସୂଚନା ଅନୁଯାୟୀ ୭୦ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଛି ଶେ। ପର୍ଯାୟରେ । କେବଳ କଟକ ଜିଲ୍ଲା ନିଆଳିର କିଛି ବୁଥରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ପାଞ୍ଚୋଟି ଯାକ ପର୍ଯ୍ୟୟ ଭୋଟ ଗ୍ରହଣ ପରେ ୧ଲକ୍ଷ ୫୬ ହଜାର୭୫୩ ଓ୍ବାର୍ଡ ମେମ୍ବର, ୩୨ହଜାର ୮୬୦ ସରପଞ୍ଚ ପ୍ରାର୍ଥୀ, ୨୭ହଜାର ୦୩୪ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୩୩୩୯ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି। ୫ଟି ଯାକ ପର୍ଯ୍ୟାୟରେ ଭୋଟରଙ୍କ ଯୋଗଦାନ ଉତ୍ସାହଜନକ ରହିଛି। ମତଦାନ ହାର ପ୍ରଥମ ପର୍ଯ୍ୟାୟରେ ୭୭.୨,ଦ୍ବିତୀୟ ପର୍ଯ୍ୟାୟ ୭୮.୩, ତୃତୀୟ ପର୍ଯ୍ୟାୟ ୭୮.୬ ପ୍ରତିଶତ, ଚତୁର୍ଥ ପର୍ଯ୍ୟାୟ ୭୯ ପ୍ରତିଶତ ମତଦାନ ହୋଇଥିଲା ।

ପ୍ରଥମ , ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟୟରେ ଭୋଟ ଗ୍ରହଣ ବେଳେ ହୋଇଥିବା ହିଂସାକୁ ଆଖି ଆଗରେ ୪ର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କିଭଳି ଭାବେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳା ସହିତ ହେବ ସେଥିପାଇଁ ପ୍ରଶାସନ ତତ୍ପର ହୋଇ ଉଠିଥିଲା। ବାରମ୍ବାର ପୋଲିସ ଡିଜିଙ୍କ ସହ ବୈଠକ କରିଥିଲେ ନିର୍ବାଚନ କମିଶନ। ଏହାପରେ ଅବାଧ ନିର୍ବାଚନ କିଭଳି ହେବ ସେଥିପାଇଁ ଜିଲ୍ଲାପାଳ, ଏସପି ବୁଥ-ବୁଥ ବୁଲି ଭୋଟ ଗ୍ରହଣ ବ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ । ଫଳରେ ଶେଷ ୨ଟି ପର୍ଯ୍ୟାୟରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ପ୍ରାୟତଃ ଶେଷ ହୋଇଥିଲା । ଆଜି ବିଭିନ୍ନ ବୁଥରେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। । ଜଟଣୀ ପଦ୍ମପୁର ପଞ୍ଚାୟତ ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥରେ ଭିନ୍ନଚିତ୍ର ଥିଲା । ଦୁର୍ଘଟଣାରେ ଆହତ ଯୁବକ ଏବଂ 80 ବର୍ଷ ର ବୃଦ୍ଧା ମହିଳା ମଧ୍ୟ ସେଠି ଭୋଟ ଦେବାକୁ ଆସିଥିବା ଦେଖିବାକୁ ମିଳିଥିଲା। ତୃତୀୟ ,ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ ବେଳେ ବାଧାପ୍ରାପ୍ତ ହୋଇଥିବା ସ୍ଥାନ ମାନଙ୍କରେ ଆସନ୍ତା କାଲି ସାନି ମତଦାନ ହେବ। ତୃତୀୟ ପର୍ଯ୍ୟାୟରେ ୩୦ଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୬ଟି ସ୍ଥାନରେ ରି ପୁଲିଂ ହେବ। ଆସନ୍ତା ୨୬ ତାରିଖରେ ଗଣତି ଭୋଟ ଗଣତି ହେବ। ସେଥିପାଇଁ ସବୁ ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି।

 

Show More

Related Articles

Back to top button