ଓଡ଼ିଶା

ନନ୍ଦନକାନନରେ ଲଗାତାର ୪ ଦିନରେ ୪ ପକ୍ଷୀ ମୃତ

କ୍ବାରେଣ୍ଟାଇନରେ ରହିଛନ୍ତି ଅନ୍ୟ ପକ୍ଷୀ

ଲଗାତାର ୪ ଦିନରେ ୪ ପକ୍ଷୀ ମୃତ୍ୟୁ । ତିନୋଟି ମୟୂର ଓ ଗୋଟିଏ ମାଟିଆ ଚିଲର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ନିୟନ୍ତ୍ରଣରେ ରହିଛି ସଂକ୍ରମଣ । ଭେଟେନାରୀ ପରିସରରେ ଥିବା କ୍ବାରେଣ୍ଟାଇନରେ ରହୁଥିବ ସମସ୍ତ ପକ୍ଷୀଗୁଡିକୁ ସ୍ବତନ୍ତ୍ର କୋଠରୀରେ ରଖାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏହି ପକ୍ଷୀମାନଙ୍କ ନମୁନା ସଂଗ୍ରହ କରାଯାଇ ସେଣ୍ଟର ଫର ଓ୍ବାଇଲ୍ଡ ଲାଇଫକୁ ପଠାଯାଇଛି ।

ରିପୋର୍ଟ ଆସିବା ପରେ କ୍ବାରେଣ୍ଟାଇନରେ ରହୁଥିବା ପକ୍ଷୀଗୁଡିକୁ ଆବଶ୍ୟକ ଚିକିତ୍ସା କରାଯିବ । ଏବେ ସେମାନଙ୍କୁ ରୋଗ ପ୍ରତିରୋଧକ ଓ ଭିଟାମିନ୍ ମେଡିସିନ ଦିଆଯାଇଛି । ଆଶଙ୍କା କରାଯାଉଥିବା ଭୂତାଣୁ ଯେଭଳି ପକ୍ଷୀ ଖୁଆଡମାନଙ୍କୁ ନ ବ୍ୟାପିବ ସେଥିପ୍ରତି କଡା ନଜର ରଖାଯାଇଛି । ଖୁଆଡ ଏବଂ ଭେଟେନାରୀ ଅଞ୍ଚଳରେ ବ୍ଲିଚିଂ ପାଉଡର ସହିତ ପଟାସ ବ୍ୟବହାର ହୋଇଛି । କ୍ବାରେଣ୍ଟାଇନରେ ଏବେ ଯେଉଁ ପକ୍ଷୀମାନେ ଅଛନ୍ତି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Show More

Related Articles

Back to top button