ବାଣିଜ୍ୟ

Paytm ନିବେଶକ ନିରାଶ, ୬୫ହଜାର କୋଟି ଟଙ୍କାରୁ ତଳକୁ ଖସିଲା ମାର୍କେଟ କ୍ୟାପ୍

ହଜାରେ ଟଙ୍କା ବି ହେଲାନି ସେୟାର ମୂଲ୍ୟ

ପେଟିଏମ ନିବେଶକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିଛି। ବୁଧବାର ପ୍ରଥମ ଥର ପେଟିଏମ ସେୟାରର ମୂଲ୍ୟ ୧୦୦୦ ଟଙ୍କାରୁ ତଳକୁ ଖସିଥିବା ବେଳେ ମାର୍କେଟ କ୍ୟାପିଟାଲ ୬,୪,୬୬୫ କୋଟି ଟଙ୍କାକୁ ହ୍ରାସ ହୋଇଛି। କାରବାର କାଳରେ ପେଟିଏମ ସେୟାର ଏହାର ନ୍ୟୁନତମ ମୂଲ୍ୟ ୯୯୦ ଟଙ୍କା ପର୍ଯ୍ୟନ୍ତ ଖସଡିଥିଲା। ତେବେ କାରବାର ସମାପ୍ତ ହେବା ବେଳକୁ ପେଟିଏମର ସେୟାର ମୂଲ୍ୟ ୯୯୭ ଟଙ୍କାରେ ବନ୍ଦ ହୋଇଛି। ମୂଲ୍ୟ ହ୍ରାସ ଯୋଗୁ ବୁଧବାର ଲୋକେ ପେଟିଏମ ସେୟାର ବିକିବା ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର କ୍ଲୋଜିଂ ବେଳକୁ ସେୟାର ମୂଲ୍ୟ ୧୦୪୧ ଟଙ୍କାରେ ବନ୍ଦ ହୋଇଥିଲା। ହେଲେ କାରବାର ସେସନରେ ଅଚାନକ ମୂଲ୍ୟ ହ୍ରାସ ନିବେଶକଙ୍କୁ ନିରାଶ କରିଥିଲା। ଯେବେଠୁ ପେଟିଏମ ଲିଷ୍ଟିଂ ହେଲାଣି ସେବେଠୁ ଏହାର ମୋଟ ମୂଲ୍ୟାୟନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଗଲାଣି। ବ୍ରୋକରେଜ ହାଉସ୍ ଦ୍ୱାରା ଡାଉନଗ୍ରେଡ ହେବା ପରେ ପେଟିଏମର ମାର୍କେଟ କ୍ୟାପିଟାଲାଇଜେସନରେ ୭୫ ହଜାର କୋଟି ଟଙ୍କାରୁ ଅଧିକ ହ୍ରାସ ହେଲାଣି। ପେଟିଏମର ଆଇପିଓ ପ୍ରାଇସ ହିସାବରେ ମାର୍କେଟ ଭାଲ୍ୟୁ ୧.୩୯ ଲକ୍ଷ କୋଟି ଟଙ୍କାରେ ଲିଷ୍ଟିଂ ହୋଇଥିଲା।

ବୁଧବାର ଏହା ୬,୪,୬୬୫ କୋଟି ଟଙ୍କାକୁ ପହଞ୍ଚିଯାଇଛି। ପେଟିଏମ ବହୁତ ଆଶା ନେଇ ଦେଶରେ ଆଇପିଓ ଆଣିଥିଲେ। ସେୟାର ପିଛା ମୂଲ୍ୟ ୨ହଜାର ୧୫୦ ଟଙ୍କାରେ କମ୍ପାନୀ ୧୮ ହଜାର ୮୦୦ କୋଟି ଟଙ୍କାର ଆଇପିଓ ଆଣିଥିଲେ। ତେବେ ଲିଷ୍ଟିଂ ପରଠାରୁ ସେୟାର ଦର ଲଗାତାର ହ୍ରାସ ହୋଇଚାଲିଛି। ଏପରି ପରିସ୍ଥିତି ଲାଗି କମ୍ପାନୀର ସଂସ୍ଥାପକ ବିଜୟ ଶେଖର ଶର୍ମା ଆଇପିଓ ଆଣିବାର ସମୟ ଭୁଲ ଥିଲା ବୋଲି କହିଛନ୍ତି। ଏବେ ସେୟାର ମୂଲ୍ୟ ଇସ୍ୟୁ ପ୍ରାଇସ୍‌ରୁ ୫୮ ପ୍ରତିଶତକୁ ହ୍ରାସ ହୋଇଛି। ଏହା ପୂର୍ବରୁ ପେଟିଏମର ଟାର୍ଗେଟକୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏହା ସତ୍ତ୍ୱେ ପରିସ୍ଥିତି ସୁଧୁରିବା ବଦଳେ ଉତ୍କଟ ହେବାରେ ଲାଗିଛି। ତେବେ ପେଟିଏମର ସେୟାର ପରିଚାଳନା କରୁଥିବା ବିଦେଶୀ ବ୍ରୋକରେଜ ହାଉସ୍ ମେକ୍ୱେରୀ କ୍ୟାପିଟାଲ କମ୍ପାନୀର ବିଜନେସ୍ ମଡେଲକୁ ଭୁଲ ବୋଲି କହିଛନ୍ତି। ଏଣୁ ଆଗକୁ ପେଟିଏମର ସେୟାର ମୂଲ୍ୟ ଆହୁରି ହ୍ରାସ ହେବ ବୋଲି ଆଳନ କରୁଛନ୍ତି।

 

Show More

Related Articles

Back to top button